ହାତୀ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ

Published By : Prameya-News7 Bureau | November 27, 2019 IST

ଟାଙ୍ଗୀ ୨୭।୧୧: ହାତୀ ଆକ୍ରମଣରେ ଜଣେ ମହିଳାଙ୍କର ମୃତ୍ୟୁ ହୋଇଛି ।ମୃତ ମହିଳା ଜଣଙ୍କ ଟାଙ୍ଗୀ ଥାନା ଭଜାଗଡ ଗାଁର ବୋଲି ଜଣାପଡିଛି ।  

{"id":190490,"sizeSlug":"large"}

ସୂଚନାଯୋଗ୍ୟ ଯେ, ରଣପୁର ରେଞ୍ଜ   ମୁକ୍ତାପୁର ଗାଁ ଜଙ୍ଗଲରେ  ଆଜି ସକାଳୁ ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ମୃତ ମହିଳା  ଖୋର୍ଦ୍ଧା ଜିଲ୍ଲା ଭଜାଗଡ ଗାଁର ୬୫ବର୍ଷୀୟା ବୃଦ୍ଧା ମୋତି ବେଉଆ ବୋଲି ଜଣାପଡିଛି । ଆଜି ସକାଳୁ ଝିଅ ଘର ମୁକ୍ତାପୁରରୁ ନିଜ ଗାଁକୁ ଫେରୁଥିବା ସମୟରେ ହାତୀ ଆକ୍ରମଣରେ ମୃତ୍ୟୁ ହୋଇଛି । ହାତୀ ମୋତିଙ୍କ ମୁଣ୍ଡକୁ ଦଳିଦେବା ସହ ଦାନ୍ତରେ ଭୁଷି ଦେଇଛି । କିଛି ଦିନହେଲା ଦଶଟିକିଆ ହାତୀପଲ ଏହି ଅଞ୍ଚଳରେ ବୁଳୁତିବା ସ୍ଥାନୀୟଲୋକେ କହିଛନ୍ତି । ଘଟଣାସ୍ଥଳରେ ପୋଲିସ ଏବଂ ବନ ବିଭାଗ କର୍ମଚାରୀ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.