ମହିଳାଙ୍କୁ କଚାଡି ମାରିଲା ହାତୀ

Published By : Prameya-News7 Bureau | November 27, 2019 IST

ମୋରଡା ୨୭।୧୧: ମୟୁରଭଞ୍ଜ ଜିଲ୍ଲାରେ ଝାରଖଣ୍ଡି ହାତୀ ଙ୍କର ଉପଦ୍ରବ ଜାରି ରହିଛି ହାତୀ ଆକ୍ରମଣରେ ପୁଣି ଜଣେ ମହିଳା ମୃତ । ମୟୁରଭ୍ଜ ଜିଲ୍ଲା ବେତନଟୀ ରେଞ୍ଜ କୁସୁମପୁର ଗାଁର ସୀତା ମାରାଣ୍ଡି । ଘଟଣାସ୍ଥଳରେ ବନବିଭାଗ ପହଞ୍ଚି ମୃତଦେହକୁ ଜବତ କରିଛି ।  

{"id":190563,"sizeSlug":"large"}

ସୂଚନାଯୋଗ୍ୟ ଯେ,  ମୟୁରଭଞ୍ଜ ଜିଲ୍ଲା ବେତନଟୀ ରେଞ୍ଜ କୁସୁମପୁରା ଗାଁ ରେ ଗତକାଲି ବିଳମ୍ବିତ ରାତିରେ ଜଣେ  ମହିଳାଙ୍କୁ ହାତୀ ଶୁଣ୍ଡରେ କଚାଡି ଦେଇଛି। ଝାଡଖଣ୍ଡି ହାତୀ ମହିଳା ଙ୍କ ଘର ଭାଙ୍ଗୁଥିବା ଜାଣି ପାରି ମହିଳା ଜଣଙ୍କ ଘରୁ ବାହାରକୁ ଦୌଡ଼ି ପଳାଉଥିବା ସମୟରେ ହାତୀ ମହିଳା ଜଣଙ୍କୁ ଶୁଣ୍ଡରେ ଧରି କଚାଡି ଦେଇଛି। ଘଟଣାସ୍ଥଳରେ ମହିଳାଙ୍କ ମୃତ୍ୟୁ ହୋଇଯାଇଛି ।  ମୃତ ମହିଳା ଜଣକ  ବୈଶିଙ୍ଗା ଥାନା ଅନ୍ତର୍ଗତ କୁସୁମପୁର ଅଞ୍ଚଳର ରାମ ମାରାଣ୍ଡି ଙ୍କ ପତ୍ନୀ ସୀତା ମାରାଣ୍ଡି ବୋଲି ଜଣାପଡିଛି । ଘଟଣାସ୍ଥଳରେ ବନବିଭାଗ ପହଞ୍ଚି ମୃତ ମହିଳାଙ୍କ ଶବ ବ୍ୟବେଚ୍ଛେଦ ପାଇଁ ପିଆରଏମ୍ ମେଡିକାଲକୁ ପଠାଇଛି।

{"id":190564,"sizeSlug":"large"}

ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ସ୍ଥାନରେ ହାତୀ ଉପଦ୍ରବ ଦିନକୁ ଦିନ ବଢିବାରେ ଲାଗିଥିବା ବେଳେ ବନବିଭାଗ କର୍ମଚାରୀ ମାନେ ଏହାକୁ ପ୍ରତିରୋଧ କରିବାରେ ବିଫଳ ହେଉଥିବା ସାଧାରଣରେ ଅଭିଯୋଗ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.