ଟ୍ରକ୍ ଚକା ତଳେ ପଡି ଚାଲିଗଲା ମହିଳାଙ୍କ ଜୀବନ, ଅନ୍ୟ ଜଣେ ଆହତ

Published By : Prameya-News7 Bureau | December 25, 2021 IST

ସାନଖେମୁଣ୍ଡି ୨୫।୧୨: ଟ୍ରକ୍ ଚକା ତଳେ ପଡି ଚାଲିଗଲା ମହିଳାଙ୍କ ଜୀବନ । ଗଞ୍ଜାମ ଜିଲ୍ଲା କେ.ନୂଆଗାଁ ଥାନା ଅନ୍ତର୍ଗତ ଚିକିଟି ଫାଣ୍ଡି ନିକଟରେ ଘଟିଛି ଦୁର୍ଘଟଣା । ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।

ସୂଚନାଯୋଗ୍ୟ ଯେ, ଗଞ୍ଜାମ ଜିଲ୍ଲା କେ.ନୂଆଗାଁ ଥାନା ଅନ୍ତର୍ଗତ ଚିକିଟି ଫାଣ୍ଡି ଚିକିଟି ପେଣ୍ଠ ଆନ୍ଧ୍ରବ୍ୟାଙ୍କ ନିକଟ ମୁଖ୍ୟ ରାସ୍ତାରେ ଦୁର୍ଘଟଣା ଘଟିଛି । ଟ୍ରକ୍ ଚକା ତଳେ ପଡି ମହିଳାଙ୍କ ମୃତ୍ୟୁ ହୋଇଛି । ମୃତ ମହିଳା ହେଲେ ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ବମକେଇ ଗ୍ରାମର ମମତା ପ୍ରଧାନ। ତେବେ ଅନ୍ୟ ଜଣେ ଆହତ ହୋଇଛନ୍ତି । ଆହତ ଜଣଙ୍କ ହେଲେ ପ୍ରତାପ ପ୍ରଧାନ । ଦୁର୍ଘଟଣା ପରେ ଗ୍ରାମବାସୀ ଟ୍ରକକୁ ଅଟକାଇ ରଖିଥିବା ବେଳେ ଡ୍ରାଇଭର ଫେରାର ହୋଇଯାଇଛି । ପୋଲିସ ମୃତଦେହ ଉଦ୍ଧାର କରି ତଦନ୍ତ ଜାରି ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.