ଭୁଲ୍‌ ଟ୍ରେନ୍‌ରେ ଚଢ଼ିଯାଇଥିଲେ, ଓହ୍ଲାଇବା ପାଇଁ ଡେଇଁବା ବେଳେ ଘଟିଲା ଅଘଟଣ... ମାଆ ମୃତ...

Published By : Prameya-News7 Bureau | October 20, 2023 IST

ଟିଟିଲାଗଡ଼: ଭୁଲ୍‌ ଟ୍ରେନ୍‌ରେ ଦୁଇ ସନ୍ତାନଙ୍କୁ ଧରି ଚଢ଼ିଯାଇଥିଲେ ମହିଳା। ଜାଣିବା ପରେ ଅନ୍ୟ ଷ୍ଟେସନରେ ଓହ୍ଲାଇବାକୁ ଉଦ୍ୟମ ବେଳେ ଡେଇଁ ପଡ଼ିଲେ । ଆଉ ଏଭଳି କରି ଅକାଳରେ ପ୍ରାଣ ହରାଇଲେ ମହିଳା। ତେବେ ମହିଳାଙ୍କ ଦୁଇ ସନ୍ତାନ ସୁରକ୍ଷିତ ଅଛନ୍ତି। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ବଲାଙ୍ଗୀର ଜିଲ୍ଲା ସଇଁତଳା ଥାନା ଅନ୍ତର୍ଗତ ବଡ଼ମାଳ ରେଲୱେ ଷ୍ଟେସନରେ।

ସୂଚନା ଅନୁଯାୟୀ, ଦେଓଗାଁ ଥାନା ଜରାସିଂହା ଗାଁର ଝରଣା ମହାନନ୍ଦ କୌଣସି କାମରେ ନିଜର ଦୁଇ ସନ୍ତାନଙ୍କ ସହ ବଲାଙ୍ଗୀର ଯାଇଥିଲେ। ସେଠାରୁ କାମ ସାରି ଜରାସିଂହା​‌ ଫେରିବା ପାଇଁ ବଲାଙ୍ଗିର ରେଲୱେ ଷ୍ଟେସନକୁ ଆସିଥିଲେ। ଆଉ ଏଠାରେ ଟ୍ରେନ୍‌କୁ ଅପେକ୍ଷା କରିଥିଲେ। ହେଲେ ଏଠାରେ ଦୀର୍ଘ ସମୟ ପାସେଞ୍ଜର ଟ୍ରେନକୁ ଅପକ୍ଷା କରି କରି ଭୁଲ୍‌ରେ ଦିନଦୟାଲ ଉପାଧ୍ୟାୟ ବିଶାଖାପାଟଣା ଟ୍ରେନ୍ ଚଢ଼ିଯାଇଥିଲେ।

ଆହୁରି ପଢ଼ନ୍ତୁ: ଘର ନିର୍ମାଣ ଚାଲିଥିବା ବେଳେ ଅଘଟଣ : ସର୍ଭିସ୍ ତାର ସଂସ୍ପର୍ଶରେ ଆସି ମା’-ପୁଅ ମୃତ, ଅଜା ଗୁରୁତର

ପରେ ଏକଥା ଜାଣିବା ପରେ ବଡ଼ମାଳ ରେଲୱେ ଷ୍ଟେସନରେ ଟ୍ରେନ୍‌ ବେଗ କମିବା ଦେଖି ଓହ୍ଲାଇବାକୁ ଚେଷ୍ଟା କରୁଥିବା ସମୟରେ ଡେଇଁ ପଡ଼ିଥିଲେ। ଟ୍ରେନ୍‌ଟି ତାଙ୍କୁ ପିଟି ଦେଇଥିଲା। ଯେଉଁଥିରେ ଘଟଣା ସ୍ଥଳରେ ହିଁ ତାଙ୍କ ମୃତ୍ୟୁ ଘଟିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.