ପୁରୀ ସମୁଦ୍ରରେ ପୁଣି ଅଘଟଣ, ସ୍ନାନ ବେଳେ ବୁଡିଗଲେ ପର୍ଯ୍ୟଟକ
10/09/2023 at 1:39 PM

ପୁରୀ ୧୦।୦୯ : ପୁରୀ ସମୁଦ୍ରରେ ପୁଣି ଅଘଟଣ । ସମୁଦ୍ରରେ ସ୍ନାନ ବେଳେ ବୁଡିଗଲେ ପର୍ଯ୍ୟଟକ । ସୁରକ୍ଷିତ ଭାବେ ପର୍ଯ୍ୟଟକଙ୍କୁ ଉଦ୍ଧାର କରିଛନ୍ତି ଲାଇଫଗାର୍ଡ । ଉଦ୍ଧାର ହୋଇଥିବା ପର୍ଯ୍ୟଟକ ଜଣକ ହେଉଛନ୍ତି ପଶ୍ଚିମବଙ୍ଗର ନାରାୟଣ ପାଲ୍।
ଖବର ଅନୁଯାୟୀ, ରବିବାର ସକାଳେ ସମୟରେ ନାରାୟଣ ବେଳାଭୂମିର ସେକ୍ଟର ୧୨ରେ ଗାଧୋଉଥିଲେ । ଏହି ସମୟରେ ଗଭୀର ସମୁଦ୍ର ଭିତରକୁ ଭାସି ଯାଇଥିଲେ ନାରାୟଣ । ପରେ ପରିବାର ଲୋକେ ଚିତ୍କାର କରିବାରୁ ସେଠାରେ ଉପସ୍ଥିତ ଥିବା ଲାଇଫ ଗାର୍ଡ ମାନେ ସମୁଦ୍ର ଭିତରକୁ ଯାଇ ନାରାୟଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ । ଏହାପରେ ତାଙ୍କୁ ପ୍ରାଥମିକ ଚିକିତ୍ସା ସେବା ଯୋଗାଇଥିଲେ । ପରେ ତାଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ଥିବା ଜଣାପଡିଛି।
Related Posts
ବାଇକ ଉପରେ ଚଢ଼ିଗଲା ହାଇୱା, ଦୁଇ ଆରୋହୀ ମୃତ
28 September 2023
ବାଚସ୍ପତିଙ୍କ ପୋଡ଼ିୟମକୁ ଡାଲି ଫିଙ୍ଗିଲେ: ଦୁଇ ବିଜେପି ବିଧାୟକ ସସ୍ପେଣ୍ଡ
28 September 2023
୨ ବର୍ଷରେ ସାପ କାମୁଡ଼ାରେ ୧୩୩୬ ମୃତ, ବିଧାନସଭାରେ ଉତ୍ତର ରଖିଲେ ରାଜସ୍ବ ମନ୍ତ୍ରୀ
28 September 2023