suno sunao
Hari omm 2
hari om films
suno sunao new
HARI-OMM_728X90_B
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ବିଲାତି ଚାଷକୁ ନେଇ ବିବାଦ; ମରଣାନ୍ତକ ଆକ୍ରମଣରେ ଜଣେ ଗୁରୁତର

17/12/2022 at 9:04 PM

ଆନନ୍ଦପୁର ୧୭/୧୨: ବିଲାତି ଭାଗଚାଷକୁ ନେଇ ଆକ୍ରମଣ। ଭାଗଚାଷ କରୁଥିବା ଚାଷୀ ଗୁରୁତର। ଆନନ୍ଦପୁର ଉପଖଣ୍ଡ ଘଷିପୁରା ଥାନା ବୀରଗୋବିନ୍ଦପୁର ଗାଁରେ ଏପରି ଘଟଣା ହୋଇଛି। ବୀରଗୋବିନ୍ଦପୁର ଗାଁର ଧରମା ମୁର୍ମୁଙ୍କ ଜମିରେ ସାଧୁ ସାହୂ, ଦାମ ସାହୁ ଓ ଟୁନା ମାଝୀ ଭାଗଚାଷୀ ଭାବେ ବିଲାତି ଚାଷ କରିଥିଲେ। ବିଲାତି ଅମଳ ବେଳେ ନିଜ ଜମିରୁ ଧରମା ୩ଜଣ ଭାଗଚାଷୀଙ୍କୁ ଭାଗ ନଦେଇ ସେଠାରୁ ତଡ଼ି ଦେଇଥିଲେ।

ଏନେଇ ଶନିବାର ଗାଁରେ ବୈଠକ ହୋଇଥିବା ବେଳେ ଧରମା ସେଠାକୁ ଯାଇ ନଥିଲେ। ବରଂ ଚାଷ ଜମିକୁ ଗାଡ଼ି ଡାକି ବିଲାତି ଲୋଡ୍ କରିଥିଲେ। ଭାଗଚାଷ କରୁଥିବା ଅନ୍ୟ ତିନି ଜଣ ଚାଷୀ ଚାଷ ଜମିକୁ ଯାଇ ବିଲାତି ଲୋଡ଼ିଂକୁ ବିରୋଧ କରିବାରୁ ଧରମା ସେମାନଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ। ଆକ୍ରମଣରେ ପଦ୍ମପୁର ଗାଁର ସାଧୁ ସାହୂ ନାମକ ଚାଷୀ ଗୁରୁତର ହୋଇ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଖବର ପାଇ ପୋଲିସ ବିଲାତି ଲୋଡିଂ ଗାଡ଼ିକୁ ଜବତ କରିବା ସହ ଘଟଣାର ତଦନ୍ତ ଜାରି ରଖିଛି।

   Related Posts