ମହେନ୍ଦ୍ର ସିଂ ଧୋନୀଙ୍କ ଗୋଟିଏ ଇଶାରା ଧାରାଶାୟୀ କରିଦେଲା ପାକିସ୍ତାନକୁ
17/06/2019 at 5:44 PM

ମାଞ୍ଚେଷ୍ଟର୧୭|୬: ଭାରତ ଓ ପାକିସ୍ତାନ ମଧ୍ୟରେ ଗତକାଲି ଖେଳାଯାଇଥିବା ମ୍ୟାଚରେ ମହେନ୍ଦ୍ର ସିଂ ଧୋନୀ ବ୍ୟାଟିଂ କ୍ଷେତ୍ରରେ ବିଶେଷ କମାଲ ଦେଖାଇପାରିନଥିଲେ । ମାତ୍ର ଗୋଟିଏ ରନ କରି ଆଉଟ ହୋଇଯାଇଥିଲେ ସେ । ତେବେ ତାଙ୍କର ଗୋଟିଏ ଇଶାରା ହିଁ ଭାରତକୁ ନିଶ୍ଚିତ ବିଜୟ ଆଡକୁ ନେଇଯାଇଥିଲା । ଧୋନୀଙ୍କ ଏହି ଅବଦାନକୁ ଆନୁଷ୍ଠାନିକ ସ୍ବିକୃତୀ ଓ ପ୍ରଶଂସା ନମିଳିଲେ ମଧ୍ୟ ଧୋନୀଙ୍କ ପ୍ରତି କ୍ରିକେଟ ପ୍ରେମୀଙ୍କ ଆସ୍ଥା ବେଶ ବୃଦ୍ଧି ପାଇଛି ।
୧୩୭ରନର ବିଜୟଲକ୍ଷ ନେଇ ପାକିସ୍ତାନ ବେଟିଂ ପାଇଁ ଓହ୍ଲାଇଥିଲା । ପାକିସ୍ତାନ ଦଳ ଗୋଟିଏ ୱିକେଟ ହରାଇ ୧୧୭ ରନ କରିସାରିଥିଲା । କ୍ରିଚରେ ଫଖର ଜମାନ ଏବଂ ବାବର ଆଜମ ବେଶ ଦୃଢ ମନେ ହେଉଥିଲେ । ଉଭୟଙ୍କ ମଧ୍ୟରେ ୧୦୦ରନର ପାର୍ଟନରସିପ୍ ହୋଇସାରିଥିଲା । ଯୋଡିକୁ ନଭାଙ୍ଗିଲେ ଭାରତ ପାଇଁ ବିପଦ ବୋଲି ସମସ୍ତୋ ଆକଳନ କରିସାରିଥିଲେ ।
୨୪ତମ ଓଭରର ଶେଷ ବଲ ଥିଲା । ବୋଲିଂ କରୁଥିଲେ କୁଲଦୀପ ଯାଦବ । ପୂର୍ବର ୫ଟି ବଲ କୁଲଦୀପ ୱିକେଟ ବାହାରେ ଦେଇସାରିଥିଲେ । ହେଲେ ଶେଷବଲ ପକାଇବା ପାଇଁ କୁଲଦୀପ ଯିବାପୂର୍ବରୁ ୱିକେଟ ପଛରେ ଛିଡା ହୋଇଥିବା ଧୋନୀ ମୁଣ୍ଡ ହଲାଇ ଦୁଲଦୀପଙ୍କୁ ଇସାରାରେ ଟିପ୍ସ ଦେଇଥିଲେ । ଧୋନୀଙ୍କ ଇଶାରା ମିଡିଲ ଷ୍ଟମ୍ପ ଆଡକୁ ଥିଲା ।
ଧୋନୀଙ୍କ ଇଶାରାକୁ ବେଶ ବୁଝିପାରିଥିଲେ କୁଲଦୀପ । ଯେହେତୁ ପୂର୍ବ ୫ଟି ବଲ ସେ ଷ୍ଟମ୍ପ ବାହାରେ ଦେଇଛନ୍ତି , ତେଣୁ ଏହି ବଲ ମଧ୍ୟ ଷ୍ଟମ୍ପ ବାହାରେ ରହିବ ବୋଲି ବେଟ୍ସମ୍ୟାନ ଭାବୁଥିଲେ । ହେଲେ ଧୋନୀଙ୍କ ଇଶାରା ଅନୁସାରେ ସିଧା ମିଡଲ,ଷ୍ଟମ୍ପରେ ବଲ ରଖିଥିଲେ କୁଲଦୀପ । ଷ୍ଟ୍ରଇକର ଏଣ୍ଡରେ ଥିବା ବାବର ଆଜମ କିଛି ବୁଝିବା ପୂର୍ବରୁ ବଲ ଷ୍ଟମ୍ପରେ ବାଜି ସାରିଥିଲା ।
ଦୃଢ ଯୋଡିର ପତନ ଘଟିବା ସହ ଦ୍ବିତୀୟ ୱିକେଟ ହରାଇଥିଲା ପାକିସ୍ତାନ । ଏଇଠୁ ଖୋଲିଯାଇଥିଲା ପାକିସ୍ତାନର ପରାଜୟ ରାସ୍ତା । ବାବର ଆଜମ ପାଭିଲିୟନ ଫେରିଯିବାପରେ ପାକିସ୍ତାନ ଲଗାତର ଗୋଟିଏ ପରେ ଗୋଟିଏ ୱିକେଟ ହରାଇଥିଲା । ପରିଣାମ ହେଲା ୮୯ରନରେ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନକୁ ପରାସ୍ତ କରିଥିଲା ଭାରତ ।