WhatsApp Image 2023-12-03 at 20.27.35 (1)
WhatsApp Image 2023-12-03 at 20.27.35
WhatsApp Image 2023-12-03 at 20.27.36 (1)
WhatsApp Image 2023-12-03 at 20.27.36
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

କାବେରୀ ଜଳ ବିବାଦ: ବେଙ୍ଗାଲୁରୁରେ ବନ୍ଦ ପାଳନ, ୧୦୦୦ରୁ ଅଧିକଙ୍କୁ ଉଠାଇନେଲା ପୋଲିସ୍‌

26/09/2023 at 6:07 PM

ନୂଆଦିଲ୍ଲୀ: କାବେରୀ ଜଳ ବିବାଦକୁ ନେଇ ଦକ୍ଷିଣର ଦୁଇ ରାଜ୍ୟ ମଧ୍ୟରେ ପୁଣିରେ ଘନେଇଛି ବିବାଦ। ତାମିଲନାଡୁ ପାଇଁ କାବେରୀ ନଦୀର ପାଣି ଛାଡ଼ିବାକୁ ନେଇ କର୍ଣ୍ଣାଟକରେ ତୀବ୍ର ବିରୋଧ ପ୍ରଦର୍ଶନ ଦେଖିବାକୁ ମିଳିଛି। ଜଳ ବିବାଦକୁ ନେଇ ମଙ୍ଗଳବାର ବେଙ୍ଗାଲୁରୁ ବନ୍ଦ ଡାକରା ଦିଆଯାଇଛି।

ସେପଟେ ବନ୍ଦକୁ ଦୃଷ୍ଟିରେ ରଖି ବେଙ୍ଗାଲୁରୁ ସହରରେ ଧାରା-୧୪୪ ଲାଗୁ ହୋଇଛି। ସହରର ସବୁ ସ୍କୁଲ କଲେଜ ମଧ୍ୟ ବନ୍ଦ ରହିଛି। ଚାଷୀ ସଂଗଠନ ଏବଂ ଅନ୍ୟ ସଂଗଠନର ମୁଖ୍ୟ ‘କର୍ଣ୍ଣାଟକ ଜଳ ସଂରକ୍ଷଣ ସମିତି’ ଏହି ବନ୍ଦ ଡାକରା ଦେଇଛି। ସେହିଭଳି ଶୁକ୍ରବାର ସମଗ୍ର କର୍ଣ୍ଣାଟକ ପାଇଁ ବନ୍ଦ ଡାକରା ଦିଆଯାଇଛି। ଏହାରି ମଧ୍ୟରେ ମଙ୍ଗଳବାର ପୋଲିସ୍‌, ବନ୍ଦ ପାଳନବେଳେ ପ୍ରାୟ ୧୦୦୦ ଉଠାଇନେଇଛି ଗିରଫ କରାଯାଇଛି।

ଆହୁରି ପଢ଼ନ୍ତୁ: ବେଙ୍ଗାଲୁରୁ ଘରୋଇ ପରିବହନ ସଂଘର ବନ୍ଦ ଡାକରା ସୋମବାର, ପ୍ରଭାବିତ ହେବେ ହଜାର ହଜାର ଲୋକ

ବେଙ୍ଗାଲୁରୁ ପୋଲିସ୍‌ କମିଶନର ବି ଦୟାନନ୍ଦଙ୍କ କହିବା ଅନୁଯାୟୀ ୧୪୪ ବନ୍ଦକୁ ଦୃଷ୍ଟିରେ ରଖି ଧାରା ୧୪୪ ଧାରା ଲଗାଯାଇଛି। ଏପର୍ଯ୍ୟନ୍ତ ୧୦୦୦ ଲୋକଙ୍କୁ ଗିରଫ କରଯାଇଛି। ଦୟାନନ୍ଦ କହିଛନ୍ତି ବନ୍ଦ ପାଇଁ କୌଣସି ଅନୁମତି ନାହିଁ। ହେଲେ ବନ୍ଦ ପାଳନ କରୁଥିବା ବ୍ୟକ୍ତିଙ୍କୁ ଗିରଫ କରାଯାଉଛି।

ସୂଚନାଯୋଗ୍ୟ, କର୍ଣ୍ଣାଟକ ଏବଂ ତାମିଲନାଡୁ ମଧ୍ୟରେ ଦଶନ୍ଧିରୁ ଲାଗିରହିଛି କାବେରୀ ଜଳବିବାଦ।  ତେବେ ବର୍ତ୍ତମାନର ଉତ୍ତେଜନା ଏଥିପାଇଁ ଦେଖିବାକୁ ମିଳିଛି କାରଣ, କାବେରୀ ଜଳ ପ୍ରବନ୍ଧନ ପ୍ରାଧିକରଣ ତାମିଲନାଡୁକୁ ୧୫ ଦିନ ପର୍ଯ୍ୟନ୍ତ ୫ ହଜାର କୁସେକ୍‌ ଜଳ ପାଣି ଛାଡ଼ିବାକୁ ଆଦେଶ ଦେଇଥିଲେ।

ଯାହା ପରେ ଚାଷୀ ସଂଗଠନ ଏବଂ କନ୍ନଡ଼ ସମର୍ଥିତ ସଂଗଠନ ଏହି ନିଷ୍ପତ୍ତି ବିରୋଧରେ ବିରୋଧ କରୁଛନ୍ତି। ଏମିତିରେ କର୍ଣ୍ଣାଟକ ସରକାର ସିଦ୍ଧରମୈୟା କହିଛନ୍ତି ଯେ ତାଙ୍କ ସରକାର ପ୍ରଦର୍ଶନକାରୀଙ୍କୁ ରୋକିବେ ନାହିଁ। କିନ୍ତୁ ଶାନ୍ତି ବ୍ୟବସ୍ଥା ବଜାୟ ରହିବା ଦରକାର।

   Related Posts