ଦୁବାଇ ୦୯।୧୧: ନାମିବିୟା ବିପକ୍ଷ ମ୍ୟାଚ୍ ସହ ରବି ଶାସ୍ତ୍ରୀଙ୍କ ଭାରତୀୟ କୋଚ୍ ଭାବେ କାର୍ଯ୍ୟକାଳ ଶେଷ ହୋଇଛି। ଏହା ପରେ ଶାସ୍ତ୍ରୀ କହିଛନ୍ତି ଯେ, ତାଙ୍କର ଉତ୍ତରାଧିକାରୀ ରାହୁଲ ଦ୍ରାବିଡଙ୍କୁ ବିରାସତରେ ଏକ ଦମଦାର ଦଳ ମିଳିଛି। ସେ ଆଶା କରିଛନ୍ତି ଯେ, ଜଣେ ଖେଳାଳି ଏବଂ କୋଚ୍ ଭାବେ ଦ୍ରାବିଡ ନିଜର ଅନୁଭବ ବଳରେ ଦଳକୁ ନୂତନ ସ୍ତରକୁ ନେଇଯିବେ।
୫୯ ବର୍ଷୀୟ ଶାସ୍ତ୍ରୀ ମ୍ୟାଚ୍ ପରେ କହିଛନ୍ତି, କେବଳ ଗୋଟିଏ ଜିନିଷ ଅଭାବ ରହିଗଲା। ତାହା ହେଉଛି ଆଇସିସି ଟ୍ରଫି। ଦ୍ରାବିଡଙ୍କୁ ଏହି ସଫଳତା ପାଇଁ ସୁଯୋଗ ରହିଛି ଏବଂ ପଦ ସମ୍ଭାଳିବାକୁ ଯାଉଛନ୍ତି। ମୁଁ ତାଙ୍କୁ ଶୁଭକାମନା ଜଣାଉଥିବା କହିଛନ୍ତି ରବି ଶାସ୍ତ୍ରୀ।
ସେ କହିଛନ୍ତି, ରାହୁଲ ଜଣେ ଚମତ୍କାର ଖେଳାଳି ଏବଂ ଜଣେ ମହାନ ବ୍ୟାଟସମ୍ୟାନ। ଆଶା କରୁଛି ସେ ଆଗାମୀ କିଛି ବର୍ଷରେ ଦଳକୁ ନୂତନ ଶିଖରରେ ପହଞ୍ଚାଇବେ। ଏଥିସହ ବୋଲିଂ କୋଚ୍ ଭରତ ଅରୁଣ ଏବଂ ଫିଲ୍ଡିଂ କୋଚ୍ ଆର ଶ୍ରୀଧରଙ୍କ ମଧ୍ୟ ପ୍ରଶଂସା କରିଛନ୍ତି। ଏହି ଦୁଇ ସହା କୋଚ୍ଙ୍କ ମଧ୍ୟ କାର୍ଯ୍ୟକାଳ ସମାପ୍ତ ହୋଇଛି। ମୁଁ ଭରତ ଅରୁଣଙ୍କୁ ବୋଲିଂର ଗୁରୁ କୁହେ। ସେ ଏବଂ ଶ୍ରୀଧର ଦଳ ପାଇଁ ଭଲ କାମ କରିଛନ୍ତି ବୋଲି ଶାସ୍ତ୍ରୀ କହିଛନ୍ତି।