ଜଙ୍ଗଲରେ ନିଆଁ ଲଗାଇ ବନ କର୍ମଚାରୀଙ୍କୁ ଆକ୍ରମଣ; ଅଭିଯୁକ୍ତଙ୍କୁ ଅଟକ ରଖିଲା ବନ ବିଭାଗ

Published By : Prameya-News7 Bureau | December 10, 2022 IST

ପାଟଣା ୧୦/୧୨: ମହଙ୍ଗା ପଡ଼ିଲା ବନ କର୍ମଚାରୀଙ୍କୁ ଆକ୍ରମଣ ଓ ଜଙ୍ଗଲରେ ନିଆଁ ଲଗାଇବା। ଏହି ଅଭିଯୋଗରେ ଜଣଙ୍କୁ ଅଟକ ରଖିଛି ବନ ବିଭାଗ। ଅଟକ ବ୍ୟକ୍ତିଙ୍କ ପରିଚୟ ଡମ୍ୱରୁଧର ନାୟକ। ସେ କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅନ୍ତର୍ଗତ କେନ୍ଦେଇପଶି ଗାଁର ବାସିନ୍ଦା ବୋଲି ଜଣାପଡ଼ିଛି। ଖବର ଅନୁସାରେ, ଶୁକ୍ରବାର ବା ଗତକାଲି ସେ କାଜୁ ଜଙ୍ଗଲରେ ନିଆଁ ଲଗାଇବା ସହ ବନକର୍ମଚାରୀଙ୍କୁ ଆକ୍ରମଣ ଅଭିଯୋଗ ହୋଇଥିଲା। ଏନେଇ ପାଟଣା ରେଞ୍ଜର ଜଣାଇଛନ୍ତି। ଅନ୍ୟପଟେ କଣ୍ଟିଆପଡ଼ା ଜଙ୍ଗଲରେ ୨୩ଟିକିଆ ହାତୀପଲ ରହିଛନ୍ତି।

ସୂଚନାଥାଉକି, କେନ୍ଦେଇପଶି କାଜୁ ଜଙ୍ଗଲରେ ଶୁକ୍ରବାର ସକାଳେ ୨୩ ଟିକିଆ ହାତୀପଲ ଡେରା ପକାଇଥିଲେ। ଏହି ସମୟରେ କିଛି  ଲୋକ ହାତୀ ଘଉଡ଼ାଇବାକୁ ଜଙ୍ଗଲରେ ନିଆଁ ଲଗାଇ ଦେଇଥିଲେl ଫଳରେ ନିଆଁ ଲାଗି ଶହଶହ କାଜୁ ଗଛ ପୋଡ଼ି ନଷ୍ଟ ହୋଇଯାଇଛି। ଥିବା ଫଳରେ କାଜୁ ଜଙ୍ଗଲରେ ଥିବା ଥିବା ହାତୀପଲଙ୍କ ଜୀବନ ବିପଦରେ ଅଛିl ଏହା ଜାଣି ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। ସେପଟେ ବନକର୍ମଚାରୀମାନେ ହାତୀ ପଲଙ୍କ ଉପରେ ନଜର ରଖିଥିଲେ। ଜଙ୍ଗଲରେ ନିଆଁ ଲଗାଇଥିବା ଲୋକଙ୍କୁ ଚିହ୍ନଟ କରି କାର୍ଯ୍ୟାନୁଷ୍ଠାନ ନେବାକୁ ସ୍ଥାନୀୟ ଲୋକ ଦାବି କରିଥଛନ୍ତି।

ଅନ୍ୟପଟେ ଖିରେଇଟାଙ୍ଗୀରୀ ସେକ୍ସନ ଅଞ୍ଚଳରେ ୨୩ ଟିକିଆ ହାତୀପଲଙ୍କ ଉପଦ୍ରବ। ହାତୀଗୁଡ଼ିକ ବହୁ ଧାନ ଫସଲ ନଷ୍ଟ ସହ ବିଳମ୍ବିତ ରାତିରେ କେନ୍ଦେଇପଶି ଗାଁରେ ଗୋଟିଏ ଘର ଭାଙ୍ଗିଦେଇଛନ୍ତି। ଏବେ କଣ୍ଟିଆପଡ଼ା ଜଙ୍ଗଲରେ ହାତୀପଲ ବୁଲୁଛନ୍ତି। ଗାଁ ପାଖରେ ହାତୀ ଉପଦ୍ରବ ଦେଖି ସ୍ଥାନୀୟ ଲୋକମାନେ ଭୟରେ ଅଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.