କୋରାପୁଟରେ ଡେଙ୍ଗୁ ଆତଙ୍କ : ସେବାଶ୍ରମର ଜଣେ ଛାତ୍ରଙ୍କ ରକ୍ତ ନମୁନାରେ ଡେଙ୍ଗୁ ଭୂତାଣୁ ଚିହ୍ନଟ

Published By : Prameya-News7 Bureau | July 31, 2019 IST

ଜୟପୁର ୩୧|୭: ପୁଣି କୋରାପୁଟକୁ ଫେରିଛି ଡେଙ୍ଗୁ । ବୈପାରୀଗୁଡା ବ୍ଲକ୍ ଅନ୍ତର୍ଗତ ଦୋରାଗୁ଼ଡା ସେବାଶ୍ରମର ଜଣେ ଛାତ୍ରର ରକ୍ତ ନମୁନାରେ ଡେଙ୍ଗୁ ଭୂତାଣୁ ଚିହ୍ନଟ ହୋଇଛି। ଗତ ୧୮ ତାରିଖ ଦିନ ସ୍କୁଲର ୪ ଜଣ ଛାତ୍ର ଜ୍ବରରେ ଆକ୍ରାନ୍ତ ହେବା ପରେ ସେମାନଙ୍କ ରକ୍ତ ନମୁନା ପରୀକ୍ଷା ପାଇଁ କୋରାପୁଟ ପଠାଯାଇଥିଲା। ସେଥିରୁ ଜଣେ ଛାତ୍ର ଡେଙ୍ଗୁ ଜ୍ବରରେ ଆକ୍ରାନ୍ତ ହୋଇଥିବା ରକ୍ତ ନମୁନାରେ ଜଣା ପଡିବା ପରେ ଅଧିକ ଚିକିତ୍ସା ପାଇଁ ତାକୁ ବୈପାରୀଗୁଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି।

{"id":139282}

ତେବେ ରକ୍ତ ନମୁନାରେ ଡେଂଗୁ ଜଣା ପଡିଥିଲେ ବି ଡେଂଗୁର ସେମିତି  କୌଣସି  ପ୍ରଭାବ ସଂପୃକ୍ତ ଛାତ୍ରଙ୍କ ଶରୀରରେ ଦେଖିବାକୁ ମିଳୁନଥିବା  କହିଛନ୍ତି ଚିକିତ୍ସା କରୁଥିବା ଡାକ୍ତର। ତେବେ ସଂପୃକ୍ତ ଛାତ୍ରଙ୍କୁ କିଛି ଦିନ ବୈପାରୀଗୁଡା ଡାକ୍ତରଖାନାରେ ରଖି ଚିକିତ୍ସା କରିବା ପରେ ଆବଶ୍ୟକ ହେଲେ ତାଙ୍କୁ କୋରାପୁଟ ସ୍ଥାନାନ୍ତର କରାଯିବ ବୋଲି ସେ କହିଛନ୍ତି ।

ତେବେ ଗତ ସପ୍ତାହରେ ଜଣେ ଛାତ୍ର ଏହି ସେବାଶ୍ରମରେ ଜ୍ବରରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଥିଲେ। ଆଉ ଏବେ ଏହି ଛାତ୍ର ଜଣଙ୍କ ରକ୍ତ ନମୁନାରେ ଡେଂଗୁ ଜଣା ପଡିବା ପରେ ଏହାକୁ ନେଇ ଅଭିଭାବକମାନେ ଚିନ୍ତାରେ ରହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.