ଭାଙ୍ଗିଗଲା ସ୍କୁଲ୍ ଫାଟକ : ଜଣେ ଛାତ୍ରୀ ମୃତ, ଦୁଇ ଗୁରୁତର

Published By : Prameya-News7 Bureau | March 10, 2021 IST

ଜି.ଉଦୟଗିରି ୧୦।୩: କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକର ବେଲକଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଗେଟ୍ ପଡି ଜଣେ ଛାତ୍ରୀଙ୍କ ମୃତ୍ୟୁ ହୋଇଛି । ଅନ୍ୟ ଦୁଇ ଜଣ ଗୁରୁତର ହୋଇଛନ୍ତି ।

ସୂଚନାଯୋଗ୍ୟ ଯେ, ବୁଧବାର ବେଲକଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରରେ ଏଭଳି ଅଘଟଣ ଘଟିଛି । ସେହି ସ୍କୁଲରେ ତିନି ଜଣ ଛାତ୍ରୀ ଖେଳୁଥିଲେ । ହଠାତ୍ ଗେଟ୍ ଟି ଭାଙ୍ଗିଯିବାରୁ ଜଣେ ଛାତ୍ରୀଙ୍କ ମୃତ୍ୟୁ ହୋଇଛି । ଦୁଇ ଜଣ ଗୁରୁତର ହୋଇଛନ୍ତି । ମୃତ ଛାତ୍ରୀ ହେଉଛନ୍ତି  ରିଷିକା ପ୍ରଧାନ । ତାଙ୍କ ବୟସ ୮ ବର୍ଷ । ଗୁରୁତର ଦୁଇ ଜଣ ହେଲେ ରିତେଶ ପ୍ରଧାନ ଓ ସନ୍ଧ୍ୟାରାଣୀ । ରିତେଶଙ୍କୁ ଅତି ଗୁରୁତର ଅବସ୍ଥାରେ ଫୁଲବାଣୀ ମେଡିକାଲରେ ଭର୍ତ୍ତି ହୋଇଥିବା ବେଳେ ସନ୍ଧ୍ୟାରାଣୀ ଜି.ଉଦୟଗିରି ମେଡିକାଲରେ ଭର୍ତ୍ତି ହୋଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.