Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଭୁବନେଶ୍ବର : ରାହୁଲ ଗାନ୍ଧୀଙ୍କ ସଦସ୍ୟତା ରଦ୍ଦ ପଛରେ ରହିଛି ସୁଚିନ୍ତିତ ଷଡ଼ଯନ୍ତ୍ର : ନରସିଂହ ମିଶ୍ର
  • ||
  • ରାହୁଲଙ୍କ ସଦସ୍ୟତା ରଦ୍ଦ ପ୍ରସଙ୍ଗରେ କଳା ଡ୍ରେସ୍ ପିନ୍ଧି କଂଗ୍ରେସ ସଦସ୍ୟଙ୍କ ହଟ୍ଟଗୋଳ, ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବୀ
  • ||
  • ଆଉ ୧୦ ଜିଲ୍ଲାରେ ଭର୍ଚୁଆଲ୍‌ ହାଇକୋର୍ଟ, ଘୋଷଣା କଲେ ହାଇକୋର୍ଟ ମୁଖ୍ୟ ବିଚାରପତି
  • ||
  • ଭୁବନେଶ୍ୱର : ୧୩ ଜିଲ୍ଲାରେ ବର୍ଷିବ, ୟେଲୋ ୱାର୍ଣ୍ଣିଂ ଜାରି
  • ||
  • ରାଉରକେଲାରେ ହାଇଓ୍ୱାକୁ ପିଟିଲା ବସ୍‌ : ୨ ମୃତ, ୨୫ ଆହତ
  • ||

ମାଟ୍ରିକ ପରୀକ୍ଷା ଦେଉଥିବା ସମୟରେ ଛାତ୍ର ମୃତ

16/03/2023 at 11:45 AM

କୋରାପୁଟ ୧୬।୦୩ : ମାଟ୍ରିକ ପରୀକ୍ଷା ଦେଉଥିବା ସମୟରେ ଛାତ୍ର ମୃତ। କୋରାପୁଟ ଜିଲ୍ଲା ମାଥାଲପୁଟ ସ୍ଥିତ ମାଲୁ ସାନ୍ତା ସରକାରୀ ଉଚ୍ଚ ବିଦ୍ୟାଳୟରେ ଦଶମ ଶ୍ରେଣୀରେ ଅଧ୍ୟୟନ କରୁଥିଲେ ଛାତ୍ର। ମୃତ ଛାତ୍ର ଜଣଙ୍କ ଦାମନଯୋଡି ମାଥାଲପୁଟ ଅଞ୍ଚଳର କୁନା ପୂଜାରୀ।  

ଖବର ଅନୁଯାୟୀ, ଗୁରୁବାର ନାଲକୋ ଟାଉନ ସିପ ସ୍ଥିତ ଏସଭିଏମ ବିଦ୍ୟାଳୟ ଠାରେ ମାଟ୍ରିକ ପରୀକ୍ଷା ଦେଉଥିଲେ । ଏହି ସମୟରେ ହଠାତ୍ ସେ ଅଚେତ ହୋଇ ପଡିଯାଇଥିଲେ। ବିଦ୍ୟାଳୟ କର୍ତ୍ତୁପକ୍ଷ ତୁରନ୍ତ ଆମ୍ବୁଲାନ୍ସରେ ନାଲକୋ ହସ୍ପିଟାଲ ସ୍ଥାନାନ୍ତର କରାଯାଇଥିଲା। ନାଲକୋ ହସ୍ପିଟାଲରେ ଛାତ୍ର ମୃତ ଘୋଷଣା କରିଥିଲେ ଡାକ୍ତର । ଘଟଣା ଖବର ପାଇ ଦାମନଯୋଡି ପୋଲିସ ମେଡିକାଲ ପହଞ୍ଚି ପ୍ରାଥମିକ ତଦନ୍ତ କରୁଥିବା ଦେଖିବାକୁ ମିଳିଛି।

   Related Posts