କଲେଜରୁ ଫେରୁଥିଲେ ଛାତ୍ର, ପିକ୍ଅପ୍ ଭ୍ୟାନ୍ ଧକ୍କାରେ ଚାଲିଗଲା ଜୀବନ
21/08/2023 at 3:02 PM

ପଦମପୁର ୨୧।୦୮ : ପିକ୍ଅପ ଭ୍ୟାନ୍ ଧକ୍କାରେ କଲେଜ ଛାତ୍ର ମୃତ । ବରଗଡ଼ ଜିଲ୍ଲା ଝାରବନ୍ଧ ବ୍ଲକ ଡୁଙ୍ଗୁରି ଲଚଡ଼ା ଗାଁରେ ନିକଟରେ ଘଟିଛି ଦୁର୍ଘଟଣା । ମୃତ ଛାତ୍ରଙ୍କ ନାମ ରୋହିତ ମାଝୀ ବୋଲି ଜଣାପଡିଛି ।
ଖବର ଅନୁଯାୟୀ, ରୋହିତ ଝାରବନ୍ଧ କଲେଜରୁ ପାଠ ପଢା ସାରି ବାଇକ ଯୋଗେ ଘରକୁ ଫେରୁଥିଲେ । ଏହି ସମୟରେ ପାଖରେ ଥିବା ପେଟ୍ରୋଲ ପମ୍ପରୁ ଡିଜେଲ ପକାଇ ବାହାରୁଥିଲା ପିକ୍ଅପ୍ ଭ୍ୟାନ୍ । କଲେଜ ସମ୍ମୁଖରେ ବାଇକ୍କୁ ଧକ୍କା ଦେଇଥିଲା ପିକ୍ଅପ୍ ଭ୍ୟାନ୍ । ଯାହାଫଳରେ ଛାତ୍ର ଜଣଙ୍କ ଘଟଣାସ୍ଥଳରେ ରକ୍ତାକ୍ତ ଅବସ୍ଥାରେ ପଡିରହିଥିଲେ । ଏହାପରେ ସାଥୀ ଛାତ୍ରମାନେ ଘଟଣାସ୍ଥଳରୁ ରୋହିତଙ୍କ ଉଦ୍ଧାର କରି ଝାରବନ୍ଧ ମେଡିକାଲରେ ଭର୍ତ୍ତି କରିଥିଲେ । କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।
Related Posts
ବଜାରରେ ପ୍ରବେଶ କଲା ରୋୟାଲ ଏନଫିଲ୍ଡର ହିମାଲୟନ
4 December 2023