ହଷ୍ଟେଲ ଖାଦ୍ୟ ବିଷ ହେଲା : ଆଶ୍ରମ ସ୍କୁଲ ଛାତ୍ରୀନିବାସରେ ଝାଡାବାନ୍ତି, ଜଣେ ମୃତ, ୬ ଅସୁସ୍ଥ

Published By : Prameya-News7 Bureau | January 01, 2020 IST

କେନ୍ଦୁଝର ୧।୧: କେନ୍ଦୁଝର ଜିଲ୍ଲା ସାହାରପଡା ବ୍ଲକ୍ ରାମଚନ୍ଦ୍ରପୁର ଆଶ୍ରମ ବିଦ୍ୟାଳୟ ଛାତ୍ରୀନିବାସରେ ୬ରୁ ଉର୍ଦ୍ଧ୍ଵ ଛାତ୍ରୀ ଝାଡାବାନ୍ତିରେ ଆକ୍ରାନ୍ତ ହୋଇ ଅସୁସ୍ଥ ଅଛନ୍ତି । ଆକ୍ରାନ୍ତ ମଧ୍ୟରୁ ୫ ଶ୍ରେଣୀର ଛାତ୍ରୀ ତାପସ୍ବିନୀ ହେମ୍ବ୍ରମ ଙ୍କ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ  ମୃତ୍ୟୁ ଘଟିଛି । ବାସି ଖାଦ୍ୟ ଓ ଆଶ୍ରମ ବିଦ୍ୟାଳୟର କର୍ତ୍ତୃପକ୍ଷଙ୍କ ଦାଇତ୍ବରେ  ଅବହେଳା ଯୋଗୁଁ ଛାତ୍ରୀର ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ଏ ଘଟଣାକୁ ନେଇ ଅନ୍ୟ ଛାତ୍ରଛାତ୍ରୀ ଓ ଅଭିଭାବକ ମନରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଛାତ୍ରାବାସରେ ଆକ୍ରାନ୍ତ ଥିବା ଛାତ୍ରୀମାନଙ୍କୁ ମେଡିକାଲ ଟିମ୍ ଯାଇ ଚିକିତ୍ସା କରିବାକୁ ଦାବି ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.