ମର୍ମନ୍ତୁଦ ଦୁର୍ଘଟଣା : ଦୁଇ ଛାତ୍ରଙ୍କ ଉପରେ ଚଢିଗଲା ଟାଟା ଏସିଇ ଗାଡି, ଦୁଇ ମୃତ
26/01/2019 at 2:27 PM

ରାଉରକେଲା ୨୬|୧: ରାଉରକେଲାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଗଣତନ୍ତ୍ର ଦିବସ ପରେଡ ଦେଖି ଫେରୁଥିବା ବେଳେ ସାରନଗରୀ ନିକଟରେ ଦୁଇ ପିଲାଙ୍କ ଉପରେ ମାଡିଯାଇଛି ଟାଟା ଏସିଇ ଗାଡି । ଫଳରେ ଘଟଣାସ୍ଥଳରେ ଜଣେ ଛାତ୍ରଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣେ ଗୁରୁତର ହୋଇଥିଲେ । ଗୁରୁତରଙ୍କୁ ଆଇଜିଏଚରେ ଭର୍ତ୍ତି କରାଯାଇଥିଲା । ତେବେ ସେଠାରେ ତାଙ୍କର ମୃତ୍ୟୁ ହୋଇଛି । ମୃତକ ହେଲେ ସୌମ୍ୟ ରଞ୍ଜନ ଏବଂ ହରିଶ ମୁର୍ମୁ । ଦୁର୍ଘଟଣା ଫଳରେ ଘଟଣାସ୍ଥଳରେ ଚାପା ଉତ୍ତେଜନା ଲାଗିରହିଛି । ଉତ୍ତ୍ୟକ୍ତଲୋକ ରାସ୍ତା ଅବରୋଧ କରି ରଖିଛନ୍ତି ।
Related Posts
ପାଖରେ ନଥିଲା ସମ୍ୱଳ, ୪୦ କିଲୋମିଟର ମୃତଦେହ ଧରି ଚାଲିଲେ ସ୍ୱାମୀ
9 February 2023
ଝାରସୁଗୁଡ଼ା ଯିବେ ମୁଖ୍ୟମନ୍ତ୍ରୀ, ନବ ଦାସଙ୍କ ଦ୍ବାଦଶାହରେ ଯୋଗଦେବେ
9 February 2023