ଶ୍ରୀମନ୍ଦିରର ଜଣେ ସେବାୟତ କରୋନା ପଜିଟିଭ୍, ୧୧୪୩ ଜଣଙ୍କର ହୋଇଥିଲା ଟେଷ୍ଟ
23/06/2020 at 9:22 AM

ପୁରୀ ୨୩।୬: ପୁରୀ ଶ୍ରୀମନ୍ଦିରର ଜଣେ ସେବାୟତ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏ ନେଇ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି । ସୋମବାର ଦିନ ଶ୍ରୀମନ୍ଦିରର ୧୧୪୩ ଜଣ ସେବାୟତଙ୍କ କୋଭିଡ୍-୧୯ ପରୀକ୍ଷା କରାଯାଇଥିଲା । ସେମାନଙ୍କ ମଧ୍ୟରୁ ମାତ୍ର ଜଣେ ସେବାୟତଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିଥିବା ଜଣାପଡିଛି । ଜଣଙ୍କୁ ଛାଡି ଅନ୍ୟ ସମସ୍ତ ସେବାୟତମାନଙ୍କ ରିପୋର୍ଟ ନେଗେଟିଭ୍ ଆସିଥିବା ଦର୍ଶାଯାଇଛି । ତେବେ ରଥଯାତ୍ରା ପୂର୍ବରୁ କୋଭିଡ୍ ଟେଷ୍ଟ କରାଯିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ସଂକ୍ରମିତ ଚିହ୍ନଟ ହେବା ପରେ ସଂପୃକ୍ତ ସେବାୟତଙ୍କୁ ରଥଯାତ୍ରା ରୀତିନୀତି ଅନୁଷ୍ଠିତ ପୂର୍ବରୁ କୋଭିଡ୍ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ତାଙ୍କର କଣ୍ଟାକ୍ଟ ଟ୍ରେସିଂ କରାଯାଉଛି ।
Covid 19 Tests of 1143 Servitors were undertaken on 22.6.2020 as per hnbl Supreme Court instructions .Except one all are found negative.Confirm case has been shifted to Covid Hospital before Rath Yatra rituals , Contact tracing is being done and Area has been contained.
— PuriOfficial (@Puri_Official) June 23, 2020