ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

କଲଭର୍ଟରେ ପିଟି ହୋଇ ଜଣେ ବାଇକ ଆରୋହୀ ମୃତ, ଜଣେ ଗୁରୁତର

24/11/2019 at 9:43 AM

କାମାକ୍ଷାନଗର ୨୪।୧୧: ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ଥାନା ବିରାଶାଳ-ବାଟଗାଁ ରାସ୍ତାର ଢୋଲପଶି ଗାଁ ନିକଟରେ ଦୁର୍ଘଟଣା ଘଟିଛି  ।  କଲଭର୍ଟରେ ବାଇକ ପିଟି ହୋଇ ଜଣେ ଯୁବକ ମୃତ୍ୟୁ ବରଣ କରିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି ।

ସୂଚନାଯୋଗ୍ୟ ଯେ,  ଗତକାଲି ବିଳମ୍ବିତ ରାତିରେ  ଏକ ବାଇକ ଯୋଗେ ଦୁଇଜଣ ଟାଟା ମାଇନ୍ସରୁ ବନ୍ଦାଣିଆ ଗାଁ ଯାଉଥିବା ବେଳେ ଦୁର୍ଘଟଣା ଘଟିଛି । କଲଭର୍ଟରେ ବାଇକ ପିଟି ହୋଇ ଜଣେ ଯୁବକ ମୃତ୍ୟୁ ବରଣ କରିଥିବା ବେଳେ ଅନ୍ୟ ଜଣେ ଗୁରୁତର ଅଛନ୍ତି । ମୃତକ  ଭୁବନ ଥାନା କଅଁସରଗୋଡା ଗାଁ ଦୁଃଖବନ୍ଧୁ ଟୁଡୁ ଓ ଗୁରୁତର ଜଣଙ୍କ  ବାରୁଆଁ ଗାଁ ସୁନାରାମ ହାଂସଦା ବୋଲି ଜଣାପଡିଛି। ସ୍ଥାନୀୟ ଲୋକଙ୍କ ସହାୟତାରେ ଗୁରୁତରଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ କାମାକ୍ଷାନଗର ମେଡ଼ିକାଲରେ ଭର୍ତ୍ତି କରାଯାଇଛି । କଙ୍କଡାହାଡ଼ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।

   Related Posts