ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ଆସିଲା ତଥ୍ୟ, ସଂକ୍ରମିତ ଜଣଙ୍କ ସୁନ୍ଦରଗଡର
4/05/2020 at 9:51 AM

ଭୁବନେଶ୍ୱର ୦୪।୦୫: ରାଜ୍ୟରେ ଆଜି ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଯାହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୬୩ରେ ପହଞ୍ଚିଛି । ତେବେ ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତ ଜଣଙ୍କ ସୁନ୍ଦରଗଡ ଜିଲ୍ଲା ନାଲା ରୋଡ୍ ଅଞ୍ଚଳର ବୋଲି ଜଣାପଡ଼ିଛି । ଏନେଇ ରାଜ୍ୟ ସରକାରଙ୍କ ସୂଚନା ଓ ଲୋକସଂପର୍କ ବିଭାଗ ଟ୍ୱିଟ୍ କରି ସୂଚନା ପ୍ରଦାନ କରିଛନ୍ତି ।
ତେବେ ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ବୟସ ୨୯ ଏବଂ ସେ ଜଣେ ମହିଳା ବୋଲି ଜଣାପଡିଛି । ଆକ୍ରାନ୍ତ ଜଣଙ୍କ ସୁନ୍ଦରଗଡ ନାଲାରୋଡ କଣ୍ଟେନମେଣ୍ଟ ଜୋନ୍ର । ଏବଂ ପୂର୍ବ ଚିହ୍ନଟ ହୋଇଥିବା ଜଣେ ସଂକ୍ରମିତଙ୍କ ପଡୋଶୀ ସୂଚନା ରହିଛି । ସଂକ୍ରମିତଙ୍କ କଣ୍ଟାକ୍ଟ ଟ୍ରେସିଂ ଜାରି ରହିଛି ।
Related Posts
୪୯ ନଂ ଜାତୀୟ ରାଜପଥରେ ମର୍ମନ୍ତୁଦ ଦୁର୍ଘଟଣା; ୩ ମୃତ
31 January 2023
ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ; ଡାକ୍ତରୀ ମାଇନା ପରେ ଅଭିଯୁକ୍ତ ଗିରଫ
31 January 2023