ମାରଣାସ୍ତ୍ର ଦେଖାଇ ଦେଢ଼ ଲକ୍ଷ ଟଙ୍କା ଲୁଟିଲେ ଦୁର୍ବୃତ୍ତ

Published By : Prameya-News7 Bureau | December 27, 2022 IST

ସୋର ୨୭/୧୨: ବନ୍ଧୁକ ଓ ଭୁଜାଲି ଦେଖାଇ ଦେଢ଼ ଲକ୍ଷ ଟଙ୍କା ଲୁଟ। ବାଲେଶ୍ଵର ଜିଲ୍ଲା ସିମୁଳିଆ ଥାନା ଛଚିନ୍ଦା ପାଖରେ ଏହି ଘଟଣା ହୋଇଛି। ଜଣେ ବ୍ୟବସାୟୀଙ୍କ ଠାରୁ ୩ଜଣ ଦୁର୍ବୃତ୍ତ ବାଇକରେ ଆସି ମାରଣାସ୍ତ୍ର ଦେଖାଇ ଦେଢ଼ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି। ଏନେଇ ଥାନାରେ ଅଭିଯୋଗ ହୋଇଛି।  ସବଙ୍ଗ ପଞ୍ଚାୟତ ଛବାଟିଆ ଗାଁର ନିରଞ୍ଜନ ଓଝା ସିମୁଳିଆ ଷ୍ଟେଟ ବ୍ୟାଙ୍କରୁ ଦେଢ଼ ଲକ୍ଷ ଟଙ୍କା ଉଠାଇ ଅଡ଼ା ଆଡ଼କୁ ଯିବା ବେଳେ ଛଚନ୍ଦା ଛକ ପାଖରେ ଦୁର୍ବୃତ୍ତମାନେ ଆସି ନିରଞ୍ଜନଙ୍କୁ ଅଶ୍ଳୀଳ ଭାଷା କହି ଗାଡ଼ିକୁ ଧକ୍କା ଦେଇଥିଲେ।

ଫଳରେ ନିରଞ୍ଜନ ତଳେ ପଡିଯାଇଥିଲେ। ତାଙ୍କୁ ବନ୍ଧୁକ ଏବଂ ଭୁଜାଲି ଦେଖାଇ ବ୍ୟାଗରୁ ଦେଢ଼ ଲକ୍ଷ ଟଙ୍କା ଲୁଟି ନେଇ ମାର୍କୋଣା ଆଡ଼କୁ ସେମାନେ ପଳାଇଥିଲେ। ନିରଞ୍ଜନଙ୍କୁ ସ୍ଥାନୀୟ ଲୋକମାନେ ଉଦ୍ଧାର କରି ସିମୁଳିଆ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ସିମୁଳିଆ ପୋଲିସ ଘଟଣାର ତଦନ୍ତ ଜାରି ରଖିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.