ୱାନପ୍ଲସର ଦୀପାବଳୀ ଅଫର: ରିହାତି ସହିତ ବହୁତ କମ୍ ମୂଲ୍ୟରେ ମିଳୁଛି ସ୍ମାର୍ଟଫୋନ୍

Published By : Prameya-News7 Bureau | October 03, 2021 IST

ନୂଆଦିଲ୍ଲୀ ୦୩/୧୦ : ୱାନପ୍ଲସ କମ୍ପାନୀ ଦୀପାବଳୀ ଉପଲକ୍ଷେ ଟିଭି ଓ ସ୍ମାର୍ଟ ଫୋନରେ ଉପରେ ଗ୍ରାହକ ମାନଙ୍କପାଇଁ ବିଶେଷ ରିହାତି ଘୋଷଣା କରିଛି। କମ୍ପାନୀ ନିଜର ୱାନ ପ୍ଲସ୍-9  ସିରିଜରେ ରିହାତି ଦେଉଛି। ଯେଉଁଥିରେ ଯେଉଁଥିରେ  9ପ୍ରୋ ଓ ୱାନପ୍ଲସ 9R ମଧ୍ୟ ଅନ୍ତର୍ଭୁକ୍ତ ଅଛି। ଏହା ବ୍ୟତିତ ୱାନ ପ୍ଲସ ନୋର୍ଡ ସିରିଜ୍ ରେ ରିହାତି ସହିତ ଏକ୍ସଚେଞ୍ଜ ବୋନସ୍ ମଧ୍ୟ ମିଳିବ। ଏହି ରିହାତି ବିଷୟରେ  କମ୍ପାନୀ ନିଜର ଅଫିସିୟାଲ ୱେବସାଇଟ୍ ୱାନପ୍ଲସ ଇଣ୍ଡିଆରେ ଏହି ଅଫର ଆମାଜନ ଗ୍ରେଟ୍ ଇଣ୍ଡିଆ ସେଲର ଅଂଶ ବୋଲି ସମସ୍ତଙ୍କୁ ଜଣାଇଛି। ଯାହାକି ଆଜି ଠାରୁ ଆରମ୍ଭ ହୋଇଯାଇଛି।

ୱାନ ପ୍ଲସ ଅଫିସିୟାଲ ୱେବସାଇଟରେ  ୱାନପ୍ଲସ 9ରେଞ୍ଜ କୁ ୪,୦୦୦ ଟଙ୍କା ରିହାତିରେ ଦିଆଯାଉଛି। ବିକ୍ରି ଉପରେ ୱାନପ୍ଲସ 9R ଓ ୱାନପ୍ଲସ 9 କୁ ୩,୦୦୦ଟଙ୍କା ରହାତି ରେ ଉପଲବ୍ଧ କରାଯାଉଛି। ୱାନପ୍ଲସ 9R କୁ ୩୬,୯୯୯ ଓ ୱାନପ୍ଲସ 9 କୁ ୪୬,୯୯୯ ଟଙ୍କା ବୋଲି ତାଲିକାଭୁକ୍ତ କରାଯାଇଛି। ୱାନପ୍ଲସ 9ପ୍ରୋ ରେ ୪,୦୦୦ ଟଙ୍କା ରିହାତି ପରେ ୬୦,୯୯୯ ଟଙ୍କାରେ ଦିଆଯାଉଛି। ଆମାଜନ ଡଟ ଇନରେ HDFC ବ୍ୟାଙ୍କ କାର୍ଡ ଧାରୀ ଗ୍ରାହକ ଓ ୱାନପ୍ଲସ ଡଟ ଇନ୍ ରେ SBIବ୍ୟାଙ୍କ କାର୍ଡ ଧାରୀ ଗ୍ରାହକ ମାନଙ୍କୁ ୭୦୦୦ ଟଙ୍କା ପର୍ଯ୍ୟନ୍ତ ରହାତି ଦିଆଯାଉଛି।

{"id":521547,"sizeSlug":"full","linkDestination":"none"}

ୱାନପ୍ଲସ 9ପ୍ରୋ ର ସ୍ପେସିଫିକେସନ - ଡିସ୍ପ୍ଲେ :- ୬.୭ ଇଞ୍ଚ QHD +ଏମୋଲେଡ ଡିସ୍ପ୍ଲେ ରିଜୋଲ୍ୟୁସନ- ୧୪୪୦*୩୨୧୬ ପିକ୍ସେଲ୍

ଅପରେଟିଂ ସିଷ୍ଚମ :-ଏଣ୍ଡ୍ରୋଏଡ୍ 11ଓ.ଏସ- ଅକ୍ସିଯେନ ଓଏସ11

ପ୍ରୋସେସର :- ଅକ୍ଟାକୋର ସ୍ନାପଡ୍ରାଗନ 888 ପ୍ରୋସେସର

କଲର:-  କାର୍ବନ ବ୍ଲାକ୍ ଓ ଲେକ୍ ବ୍ଲୁ

କ୍ୟାମେରା - ୱାନପ୍ଲସ 9ପ୍ରୋ ରେ ବ୍ୟାକ କ୍ୟାମେରା ପାଇଁ କ୍ୱାଡ୍ ରିୟର କ୍ୟାମେରା ସେଟଅପ୍ ଦିଆଯାଇଛି। ଏଥିରେ ୪୮ମେଗା ପିକ୍ସେଲର ସୋନିର  ପ୍ରାଇମେରି କ୍ୟାମେରା ସେନ୍ସର ରହିଛି , ଆପାଚର ହେଉଛି f/1.8,ତା ସହିତ ୫୦ ମେଗାପିକ୍ସେଲ ର ସୋନି IMX766 ସେକେଣ୍ଡାରି କ୍ୟାମେରା ଯାହାକି ଅଲ୍ଟ୍ରା ୱାଇଡ ଫ୍ରିଫର୍ମ  ଲେନ୍ସରେ ଆସିଥାଏ। ଫୋନ ରେ ୮ ମେଗାପିକ୍ସେଲ ର ଟେଲି ଫଟୋ କ୍ୟାମେରା ଓ ୨ମେଗାପିକ୍ସେଲ ର ମନୋକ୍ରମ କ୍ୟାମେରା ମଧ୍ୟ ରହିଛି। ଏଥିରେ ସେଲ୍ଫି ଏବଂ ଭିଡିଓ କଲ ପାଇଁ ୧୬ ମେଗା ପିକ୍ସେଲ ର ଫ୍ରଣ୍ଟ କ୍ୟାମେରା ସେନ୍ସର ମଧ୍ୟ ଦିଆଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.