କଳହାଣ୍ଡି : ସ୍କୁଲ ଅଧ୍ୟକ୍ଷା ନିଖୋଜ ଘଟଣା, ଅଘଟଣ ସନ୍ଦେହରେ ଖେଳପଡିଆ ଯାଞ୍ଚ କରୁଛି ପୋଲିସ

Published By : Prameya-News7 Bureau | October 19, 2021 IST

କଳାହାଣ୍ଡି ୧୯।୧୦: ମହାଲିଙ୍ଗ ସନସାଇନ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ନିଖୋଜ ଘଟଣା। ନିର୍ମାଣଧୀନ ମହାଲିଙ୍ଗ ଖେଳପଡିଆରେ ଏକ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି। ମାଜିଷ୍ଟ୍ରେଟ ଦାୟିତ୍ବରେ ଥିବା ଅତିରିକ୍ତ ତହସିଲଦାର ଓ କେଗାଁ ଥାନା ଅଧିକାରୀ ଘଟଣାସ୍ଥଳରେ ଉପସ୍ଥିତ ରହିଛନ୍ତି।

{"id":529368,"sizeSlug":"full","linkDestination":"none"}

ପୋଲିସ ଫୋର୍ସ ଖେଳ ପଡିଆର ତନତନ ଯାଞ୍ଚ କରୁଛନ୍ତି । ଫେରାର ସ୍କୁଲ ସଭାପତି ଗୋବିନ୍ଦ ସାହୁ ଏହି ଖେଳ ପଡିଆର ଠିକାଦାର ଅଛନ୍ତି। ନିଖୋଜ ମମିତା ମେହେରଙ୍କ ସହ କୈାଣସି ଅଘଟଣ ପରେ ଏହି ଖେଳ ପଡିଆ ମାଟି ତଳେ ପୋତି ଦେଇଥିବା ଅନୁମାନ କରାଯାଉଛି । ଏହାକୁ ନେଇ ପୋଲିସ ଯାଞ୍ଚ କରୁଛି ।

{"id":529369,"sizeSlug":"full","linkDestination":"none"}

ସୂଚନାଯୋଗ୍ୟ ଯେ, କଳାହାଣ୍ଡି ମହାଲିଙ୍ଗ ସନସାଇନ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ନିଖୋଜ ଘଟଣାକୁ ଇତିମଧ୍ୟରେ ୯ରୁ ଅଧିକ ଦିନ ବିତିସାରିଲାଣି । ହେଲେ ଏବେ ଯାଏଁ ସ୍କୁଲ ଅଧ୍ୟକ୍ଷାଙ୍କ କୌଣସି ପତ୍ତାମିଳୁନାହିଁ । ପୋଲିସ ସନ୍ଦେହରେ ଅନେକ ସ୍ଥାନରେ ରେଡ଼ ଜାରି ରଖିଛି । ଏହିପ୍ରରିପେକ୍ଷୀରେ ଆଜି ନିର୍ମାଣଧୀନ ମହାଲିଙ୍ଗ ଖେଳପଡିଆରେ ଏକ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି । ନିଖୋଜ ମମିତା ମେହେରଙ୍କ ସହ କୈାଣସି ଅଘଟଣ ପରେ ଏହି ଖେଳ ପଡିଆ ମାଟି ତଳେ ପୋତି ଦେଇଥିବା ଅନୁମାନ କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.