ଜିଲ୍ଲାପାଳଙ୍କ ଗାଡି ଧକ୍କାରେ ଜଣେ ଗୁରୁତର: କ୍ଷତିପୂରଣ ଦାବିରେ ତାତିଲେ ସ୍ଥାନୀୟ ଲୋକେ

Published By : Prameya-News7 Bureau | December 27, 2020 IST

ଦେବଗଡ଼୨୭/୧୨: ଜିଲ୍ଳାପାଳଙ୍କ ଗାଡି ଧକ୍କାରେ ଜଣେ ଗୁରୁତର।  ରବିବାର ଦେବଗଡ ଜିଲ୍ଲା କୁଣ୍ଢେଇଗୋଳା ଥାନା ଅନ୍ତର୍ଗତ ପଳଶମା ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଗୁରୁତର ବ୍ୟକ୍ତି ହେଲେ ହେଲେ ସେହି ଗ୍ରାମର ରବିନ୍ଦ୍ର ବଘାର।

ମିଳିଥିବା ସୂଚନା ଅନୁସାରେ ପଳଶମା ଗ୍ରାମ ମୁଣ୍ଡରେ ହନୁମାନ ମନ୍ଦିର ନିକଟରେ ଥିବା ପୋଖରୀକୁ ଯାଉଥିବା ବେଳେ ଦେବଗଡରୁ ଯାଉଥିବା ଜିଲ୍ଲାପାଳଙ୍କ  ସ୍କୋର୍ପିଓ ଗାଡି ତାଙ୍କୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ପଡିଥିବା ଗାଡିର ନମ୍ବର ପ୍ଳେଟରୁ ଏହା ଦେବଗଡ ଜିଲ୍ଲାପାଳଙ୍କ ଗାଡି ବୋଲି ଜଣାପଡିଛି।

ଘଟଣାସ୍ଥଳରେ ରକ୍ତାକ୍ତ ଅବସ୍ଥାରେ ପଡିଥିବା ରବିନ୍ଦ୍ରଙ୍କୁ ଖଇରପାଲି ଫାଣ୍ଡି ଗାଡି ଯୋଗେ ଅଣାଯାଇ  ଦେବଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣା ଘଟାଇଥିବା ଜିଲ୍ଲାପାଳଙ୍କ ସ୍କୋର୍ପିଓ ଘଟଣା ସ୍ଥଳରୁ ଫେରାର ହୋଇଯିବା ଯୋଗୁଁ ଉତ୍ତ୍ୟକ୍ତ ଗ୍ରାମବାସୀ ରାଞ୍ଚି- ବିଜୟୱାଡା ରାସ୍ତାକୁ ଅବରୋଧ କରି ଗାଡି ଡ୍ରାଇଭର ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ସହ ଉପଯୁକ୍ତ କ୍ଷତିପୂରଣ ଦାବି କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.