scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଅଳ୍ପକେ ବର୍ତ୍ତିଗଲା ଜୀବନ, ମ୍ୟାନ୍‌ ହୋଲ୍‌ରେ ଖସିପଡିଲେ ଜଣେ ବ୍ୟକ୍ତି

22/08/2023 at 9:37 AM

କଟକ ୨୨।୦୮:  ଅଳ୍ପକେ ବର୍ତ୍ତିଲା ଜୀବନ । କଟକ ବଜ୍ରକବାଟି ଛକ ନିକଟରେ ନିର୍ମାଣାଧୀନ ବକ୍ସ ଡ୍ରେନର ମ୍ୟାନ ହୋଲରେ ଖସିପଡ଼ିଲେ ଜଣେ ବ୍ୟକ୍ତି। ସ୍ଥାନୀୟ ଲୋକେ ବେଶ୍ କିଛି ସମୟ ପରିଶ୍ରମ ପରେ ତାଙ୍କୁ ଉଦ୍ଧାର କରିଥିଲେ।

ଖବର ଅନୁଯାୟୀ, ରାସ୍ତାରେ ଯାଉଥିବା ସମୟରେ ମ୍ୟାନ ହୋଲ ମଧ୍ୟରେ ସେ ପଡ଼ିଯାଇଥିଲେ। ଏହା ଦେଖିବା ପରେ ସେଠାରେ ଉପସ୍ଥିତ ଥିବା ଲୋକେ ତାଙ୍କୁ ଉଦ୍ଧାର କରିବା ଲାଗି ଉଦ୍ୟମ ଆରମ୍ଭ କରିଥିଲେ। ଏକ ନିଶ୍ଚିତ ମୃତ୍ୟୁର ବର୍ତ୍ତି ଯାଇଥିଲେ ସଂପୃକ୍ତ ବ୍ୟକ୍ତି । ବକ୍ସ ଡ୍ରେନର ବିଭିନ୍ନ ସ୍ଥାନରେ ଏହିଭଳି ମୁକୁଳା ମ୍ୟାନ ହୋଲ ରହିଥିବାରୁ ବିପଦକୁ ହାତଠାରି ଡାକୁଛି ଏସବୁ ମ୍ୟାନ ହୋଲ। କର୍ତ୍ତୃପକ୍ଷଙ୍କ ମନମୁଖୀ କାର୍ଯ୍ୟ ପାଇଁ ଏଭଳି ମୁକୁଳା ହୋଇ ପଡ଼ିଛି ମ୍ୟାନହୋଲ। ଯାହାକୁ ନେଇ ସ୍ଥାନୀୟ ଲୋକେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି।

   Related Posts