ରେବ୍ ନଦୀରେ ଭାସି ଜଣେ ନିଖୋଜ, ଗାଧୋଇବା ବେଳେ ଖସିଗଲା ଗୋଡ
18/09/2023 at 4:43 PM

ଭଦ୍ରକ ୧୮/୦୯: ଗାଧୋଇବା ବେଳେ ରେବ୍ ନଦୀରେ ଭାସିଯାଇ ଜଣେ ନିଖୋଜ । ଭଦ୍ରକ ଜିଲ୍ଲା ଧାମନଗର ଥାନା ଅଧିନ ରେବ୍ ନଦୀରେ ଭାସିଯାଇ ୪୫ ବର୍ଷୀୟ ବ୍ୟକ୍ତି ନିଖୋଜ ।
ଚୁଡାକୁଟି ପଞ୍ଚାୟତ ବିଦ୍ୟାଧରପୁର ଗ୍ରାମର କିଶୋର ପୋଇ ରେବ୍ ନଦୀରେ ଗାଧୋଉଥିବା ବେଳେ ପ୍ରଖର ସୂତ୍ରରେ ଭାସି ଯାଇ ନିଖୋଜ ଅଛନ୍ତି । ଘଟଣା ସ୍ଥଳରେ ଧାମନଗର ଅଗ୍ନିଶମ ବାହିନୀ ପହଞ୍ଚି ଖୋଜାଖୋଜି ଆରମ୍ଭ କରିଛି । ନିଖୋଜ ବ୍ୟକ୍ତିଙ୍କ ପତ୍ତା ମିଳି ନାହିଁ ।
ସୂଚନା ଥାଉକି, ଗାଧୋଇବାକୁ ଯାଇ ଦୀର୍ଘ ସମୟ ଘରକୁ ଫେରିନଥିଲେ କିଶୋର । ପରିବାର ଲୋକେ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ ସୁଦ୍ଧା ପାଇ ନଥିଲେ । ରେବ ନଦୀରେ ଗାଧୋଉଥିବା ବେଳେ ପ୍ରଖର ସୂତ୍ରରେ ଭାସି ଯାଇ ନିଖୋଜ ଥିବା ଜାଣିବାକୁ ପାଇଥିଲେ । ଏବେ କିଶୋରଙ୍କୁ ନପାଇ ଚିନ୍ତାରେ ପରିବାର ଲୋକ ।