ଚାରିବାଟିଆ ଗାଁରେ ଅଘଟଣ, ପୂର୍ବଶତ୍ରୁତାକୁ ନେଇ ଯୁବକଙ୍କୁ ପିଟିପିଟି ହତ୍ୟା
24/08/2023 at 7:38 AM

ଜଗତସିଂହପୁର ୨୪।୦୮: ଜଗତସିଂହପୁର ସଦର ଥାନା ଚାରିବାଟିଆ ଗାଁରେ ଅଘଟଣ । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୁବକଙ୍କୁ ପିଟି ପିଟି ହତ୍ୟା । ମୃତ ଯୁବକ ଚାରିବାଟିଆ ଗାଁର ଶୁକଦେଵ ନାୟକଙ୍କ ପୁଅ ସାଗର ନାୟକ । ହତ୍ୟା ଘଟଣାରେ ଅଭିଯୁକ୍ତ ଜଣଙ୍କୁ ଅଟକ ରଖି ସଦର ପୋଲିସ ତଦନ୍ତ କରୁଛି । ଏହି ମାମଲାରେ ସଂପୃକ୍ତ ଥିବା ଅନ୍ୟ ଜଣେ ଫେରାର ହୋଇଯାଇଛି ।

ସେପଟେ ହତ୍ୟାକାଣ୍ଡ ସଂପର୍କରେ ସୂଚନା ପାଇଁ ତଦନ୍ତ ଜାରି ରଖିଛି ପୋଲିସ । ଏପିରିକି ଫେରାର ଥିବା ଅଭିଯୁକ୍ତଙ୍କୁ ଧରିବା ଲାଗି ବିଭିନ୍ନ ସ୍ଥାନରେ ଚଢାଉ ମଧ୍ୟ ଜାରି ରଖିଛି । ହତ୍ୟା ପଛରେ ପୂର୍ବ ଶତ୍ରୁତା ନା ଆଉ କିଛି । ତାହାର ତଦନ୍ତ ପରେ ହିଁ ସ୍ପଷ୍ଟ ହେବ ବୋଲି ସୂଚନା ମିଳିଛି । ଏପିରିକି ଆବଶ୍ୟକ ପଡିଲେ ସାଇଣ୍ଟିଫିକ୍ ଟିମ୍ ମଧ୍ୟ ସହଯୋଗ ନେଇପାରେ ପୋଲିସ ।