ସାରୁପାଟରେ ଭାଲୁ ଆତଙ୍କ; ଭାଲୁ ଆକ୍ରମଣରେ ଜଣେ ଗୁରୁତର ହୋଇ ଡାକ୍ତରଖାନାରେ ଭର୍ତ୍ତି
12/09/2022 at 7:13 PM

ତେଲକୋଇ ୧୨/୦୯: ତେଲକୋଇ ରେଞ୍ଜ ସାରୁପାଟ ଗାଁ ରେ ୩ଭାଲୁଙ୍କ ଆତଙ୍କ। ଭାଲୁ ଆକ୍ରମଣରେ ଜଣେ ଗୁରୁତର। ଗୁରୁତର ହେଲେ କାଳିଆହତା ପଞ୍ଚାୟତ ସାରୁପାଟ ଗାଁର ଡେମକା ମୁଣ୍ଡା। ଆଜି ଡେମକା ମୁଣ୍ଡା ଦୁଇ ନାବାଳକଙ୍କ ସହ ଗାଁ ପାଖ ଭାଲୁ ଘର ଜଙ୍ଗଲକୁ ଛେଳି ଚରାଇବାକୁ ଯାଇଥିଲେ। ଛେଳିଙ୍କୁ ଜଙ୍ଗଲରେ ଚରାଇବା ବେଳେ ହଠାତ ଏକ ଭାଲୁ ତାଙ୍କ ମୁଣ୍ଡକୁ ଆକ୍ରମଣ କରିବା ସହିତ ଆଉ ଦୁଇ ଛୋଟ ଭାଲୁ ମଧ୍ୟ ଡାହାଣ ହାତକୁ ଆକ୍ରମଣ କରିଥିଲେ। ଫଳରେ ଡେମକାଙ୍କ ଡାହାଣ ହାତ ଭାଙ୍ଗି ଯାଇଛି।
ଡେମକାଙ୍କୁ ଭାଲୁ ଆକ୍ରମଣ କରିବା ଦେଖି ଡେମକାଙ୍କ ସାଥିରେ ଯାଇଥିବା ଦୁଇ ନାବାଳକ ଭୟରେ ପାଟି କରି ପ୍ରାଣ ବିକଳରେ ଘରକୁ ଆସି ଏବଂ ଗାଁ ଲୋକଙ୍କୁ ଜଣାଇଥିଲେ। ଗାଁ ଲୋକେ ଘଟଣାସ୍ଥଳରେ ପହଞ୍ଚିଲା ବେଳକୁ ଭାଲୁମାନେ ଡେମକାଙ୍କୁ ଛାଡି ପଳେଇ ଥିଲେ।ଗୁରୁତର ଅବସ୍ଥାରେ ଗାଁ ଲୋକେ ତାଙ୍କୁ ଜଙ୍ଗଲରୁ ଖଟରେ ବୋହି ଗାଁ କୁ ଆଣିଥିଲେ। ପରେ ତୁରନ୍ତ ୧୦୮ ଆମ୍ବୁଲାନ୍ସକୁ ଡାକି ଡେମକାଙ୍କୁ ତେଲକୋଇ ଡାକ୍ତରଖାନାରେ ଭର୍ତ୍ତି କରିଛି। ଡେମକା ମୁଣ୍ଡାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ଥିବା ଜଣା ପଡ଼ିଛି।