ଫସଲ ଜଗୁଥିଲେ ଚାଷୀ, ହାତୀ ଆକ୍ରମଣରେ ଗୁରୁତର

Published By : Prameya-News7 Bureau | November 11, 2023 IST

ତେଲକୋଇ ୧୧।୧୧ : ଥମୁନି ହାତୀ ଉପଦ୍ରବ । କେନ୍ଦୁଝର ଜିଲ୍ଲା ତେଲକୋଇ ରେଞ୍ଜ ଗୋଳାବନ୍ଧ ସେକ୍ସନରେ ହାତୀପଲଙ୍କ ଉପଦ୍ରବ ଥମିବାରେ ନାଁ ଧରୁନି ।ହାତୀ ଆକ୍ରମଣରେ ଜଣେ ଚାଷୀ ଗୁରୁତର ହୋଇଛନ୍ତି ।

wp:embed {"url":"https://www.prameyanews7.com/one-male-elepahant-found-dead-in-telkoi-vadimara-village/","type":"wp-embed","providerNameSlug":"prameya-news-7"}
https://www.prameyanews7.com/one-male-elepahant-found-dead-in-telkoi-vadimara-village/
/wp:embed

ଖବର ଅନୁଯାୟୀ, ଶୁକ୍ରବାର ଦିନ ବିଦ୍ୟୁତ ଆଘାତରେ ଗୋଟିଏ ଦନ୍ତାହାତୀର ମୃତ୍ୟୁ ହୋଇଥିଲା । ଏହିକ୍ରମରେ ଶୁକ୍ରବାର ଦିନ ବିଳମ୍ବିତ ରାତିରେ ଲୋକନାଥପୁରରେ ଜଣେ ଚାଷୀ ଧାନଜମିରୁ ଫସଲକୁ ଜଗି ରହିଥିଲେ । ଏହା ସମୟରେ ଏକ ହାତୀ ଚାଷ ଜମି ଆଡକୁ ଆସିଥିଲା । ଆଉ ଚାଷୀ ଜଣଙ୍କ ହାତୀକୁ ଘଉଡାଇବା ବେଳେ ଆକ୍ରମଣର ଶିକାର ହୋଇଥିଲେ । ଯାହାଫଳରେ ଚାଷୀ ଛବି କିଶାନ ଗୁରୁତର ହୋଇଥିଲେ । ଏହାପରେ ତାଙ୍କୁ ପ୍ରଥମେ ତେଲକୋଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଅବସ୍ଥା ଗୁରୁତର ଥିବାରୁ କେନ୍ଦୁଝର ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି ।

wp:embed {"url":"https://www.prameyanews7.com/world-cup-2023-pakistan-team-controversy-namaz-on-field-gaza-strip-israel-hamas-war/","type":"wp-embed","providerNameSlug":"prameya-news-7"}
https://www.prameyanews7.com/world-cup-2023-pakistan-team-controversy-namaz-on-field-gaza-strip-israel-hamas-war/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.