ଲଗାଣ ବର୍ଷା ହେଲା କାଳ, କାନ୍ଥ ପଡି ଚାଲିଗଲା କୁରୁନାଥଙ୍କ ଜୀବନ
3/10/2023 at 8:16 AM

ସୁନ୍ଦରଗଡ଼ ୦୩।୧୦: ସୁନ୍ଦରଗଡ଼ ବଡ଼ଗାଁ ଥାନା ଜରଙ୍ଗଲୋଇ ଗାଁରେ ଅଘଟଣ । ଶୋଇଥିବା ବେଳେ ଘଟିଲା ଅଘଟଣ। ମାଟିଘର କାନ୍ଥ ଭୁଶୁଡି ଜଣଙ୍କର ମୃତ୍ୟୁ ହୋଇଛି ।
ଖବର ଅନୁଯାୟୀ, ଲଘୁଚାପ ଲାଗି ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି । ସୁନ୍ଦରଗଡ଼ରେ ମଧ୍ୟ ବର୍ଷା ଲାଗି ରହିଛି । ଯାହାଫଳରେ କିଛି ମାଟିଘର କାନ୍ଥ ଭିଜି ରହିଥିଲା । ଏହିକ୍ରମରେ ସୁନ୍ଦରଗଡ଼ ବଡ଼ଗାଁ ଥାନା ଜରଙ୍ଗଲୋଇ ଗାଁରେ ଘଟିଯାଇଛି ଅଘଟଣ । ଖାଇ ସାରି ଘରେ ଶୋଇଥିଲେ ଜରଙ୍ଗଲୋଇ ଗାଁର କୁରୁନାଥ । ଏହି ସମୟରେ କାନ୍ଥ ପଡି କୁରୁନାଥଙ୍କ ମୃତ୍ୟୁ ହୋଇଥିବା ବେଳେ କୁରୁନାଥଙ୍କ ପୁଅ ଅଳ୍ପକେ ବର୍ତ୍ତିଯାଇଛନ୍ତି । କାନ୍ଥ ତଳେ ଚାପି ହୋଇ କୁରୁନାଥଙ୍କ ଜୀବନ ଚାଲିଯାଇଛି ବୋଲି ଜଣାପଡିଛି ।
Related Posts
ନାଳରେ ବୁଡ଼ି ଦୁଇ ନାବାଳକ ମୃତ, ଖେଳିବାକୁ ଯାଇଥିବାବେଳେ ଅଘଟଣ
30 November 2023
ଜଙ୍ଗଲରୁ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର, ଗଳାକାଟି ହତ୍ୟା କରାଯାଇଥିବା ସନ୍ଦେହ
30 November 2023