କେନାଲ ଭିତରକୁ ଖସିପଡିଲା କାର୍‌, ଚାଲିଗଲା ଜଣଙ୍କ ଜୀବନ

Published By : Prameya-News7 Bureau | November 19, 2023 IST

କଟକ ୧୯।୧୧ : କେନାଲ ଭିତରକୁ ଖସିପଡିଲା କାର୍‌ । ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା । କଟକ କନ୍ଦରପୁର ଅଥଙ୍ଗା ଅଞ୍ଚଳରେ ଘଟିଛି ଦୁର୍ଘଟଣା ।

wp:embed {"url":"https://www.prameyanews7.com/series-of-accidents-near-cuttack-deer-park/","type":"wp-embed","providerNameSlug":"prameya-news-7"}
https://www.prameyanews7.com/series-of-accidents-near-cuttack-deer-park/
/wp:embed

ଖବର ଅନୁଯାୟୀ, କନ୍ଦରପୁର ଅଥଙ୍ଗା ଅଞ୍ଚଳରେ ଏକ କାର୍‌ଟି ଦୁର୍ଘଟଣାର ଶିକାର ହୋଇଥିଲା । ଯାହାପରେ ଗାଡି ଭାରସାମ୍ୟ ହରାଇ କେନାଲ ଭିତରକୁ ଖସିପଡିଥିଲା । ଏହାପରେ କାର୍‌ରେ ଥିବା ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ହେଲେ ଏବେ ସୁଦ୍ଧା ମୃତକଙ୍କ ପରିଚୟ ମିଳିପାରିନାହିଁ । ପୋଲିସ ତଦନ୍ତ ପରେ ମୃତକଙ୍କ ସଠିକ୍‌ ପରିଚୟ ଏବଂ ଦୁର୍ଘଟଣା ସଂପର୍କରେ ସବିଶେଷ ତଥ୍ୟ ମିଳିବ ବୋଲି ଆଶା କରାଯାଉଛି ।

wp:embed {"url":"https://www.prameyanews7.com/host-nation-winning-world-cup-in-2011-to-2023-2/","type":"wp-embed","providerNameSlug":"prameya-news-7"}
https://www.prameyanews7.com/host-nation-winning-world-cup-in-2011-to-2023-2/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.