ଅଜଣା ଗାଡି ଧକ୍କାରେ ଜଣେ ମୃତ, ଜଣେ ଗୁରୁତର ; କ୍ଷତିପୂରଣ ଦାବିରେ ରାସ୍ତାରୋକ

Published By : Prameya-News7 Bureau | November 18, 2023 IST

ସାନଖେମୁଣ୍ଡି ୧୮।୧୧ : ଗଞ୍ଜାମ ଜିଲ୍ଲା ଆସିକା-ଦିଗପହଣ୍ଡି ମୁଖ୍ୟ ରାସ୍ତା ପାଟୁପୁର ଥାନା ଶ୍ରୀଚନ୍ଦନପୁର ଗାଁ ନିକଟରେ ଦୁର୍ଘଟଣା । ଏକ ଅଜଣା ଗାଡି ଧକ୍କାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ଗୁରୁତର ହୋଇଛନ୍ତି । ମୃତକ ପାଟପୁର ଥାନା ପି. ଜଗନ୍ନାଥପୁର ଗାଁର ଡାକ୍ତର ସ୍ୱାଇଁ (୬୫) ହୋଇଥିବା ବେଳେ ଗୁରୁତର ଜଣଙ୍କ ହେଲେ ଶ୍ରୀଚନ୍ଦନପୁର ଗାଁର କୋରା ପାତ୍ର (୩୮) ବୋଲି ଜଣାପଡିଛି l  

{"id":871160,"sizeSlug":"full","linkDestination":"none"}

ଖବର ଅନୁଯାୟୀ, ଶ୍ରୀଚନ୍ଦନପୁର ଛକ ନିକଟରେ କୋରା ପାତ୍ର ଗାଧୋଉଥିବା ବେଳେ ଏକ ଅଜଣା ଗାଡ଼ି ଧକ୍କା ଦେଇଥିଲା ।  ଶ୍ରୀଚନ୍ଦନପୁ୍ର ଶିବ ମନ୍ଦିର ଦର୍ଶନ ସାରି ଫେରୁଥିବା ଡ଼ାକ୍ତର ସ୍ବାଇଁଙ୍କୁ  ଧକ୍କା ଦେଇଥିଲା  । ଯାହାଫଳରେ ଡାକ୍ତରଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ କୋରା ପାତ୍ର ଗୁରୁତର ହୋଇଛନ୍ତି l

ସେପଟେ ଖବର ପାଇ ସ୍ଥାନୀୟ ଲୋକ କୋରା ପାତ୍ରକୁ ଉଦ୍ଧାର କରି ଶେରଗଡ଼ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଥିଲେ । କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲା । ତେବେ ମୃତକଙ୍କ କ୍ଷତିପୂରଣ ଦାବିରେ ଆସିକା - ଦିଗପହଣ୍ଡି ମୁଖ୍ୟ ରାସ୍ତାରେ ନିଆଁ ଲଗାଇ ରାସ୍ତା ରୋକ କରିଛନ୍ତି। ପାଟପୁର ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ସହ ତଦନ୍ତ ଜାରି ରଖିଛନ୍ତି। ସେହିପରି ଗୁରୁତରଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।

wp:embed {"url":"https://www.prameyanews7.com/shreyas-iyer-reaction-fter-india-win/","type":"wp-embed","providerNameSlug":"prameya-news-7"}
https://www.prameyanews7.com/shreyas-iyer-reaction-fter-india-win/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.