ଭାରସାମ୍ୟ ହରାଇ ଗଛରେ ପିଟି ହେଲା ବାଇକ୍‌, ଚାଲିଗଲା ଚାଳକଙ୍କ ଜୀବନ

Published By : Prameya-News7 Bureau | February 25, 2024 IST

ଆନନ୍ଦପୁର ୨୫।୦୨ : କେନ୍ଦୁଝର ଜିଲ୍ଲା ବାଙ୍ଖିଡି ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଗଛରେ ପିଟି ହେଲା ବାଇକ୍‌ । ଏହି ଦୁର୍ଘଟଣାରେ ଚାଳକଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ଘଟଣାସ୍ଥଳରେ ସ୍ଥାନୀୟ ଲୋକଙ୍କ ଭିଡ ଜମିବାରେ ଲାଗିଛି ।  

ଖବର ଅନୁଯାୟୀ, ରବିବାର ଦିନ କେନ୍ଦୁଝର ଜିଲ୍ଲା ବାଙ୍ଖିଡି ଛକରେ ଘଟିଛି ମର୍ମନ୍ତୁଦ ସଡକ ଦୁର୍ଘଟଣା । ଏକ ବାଇକ୍‌ ନିଜ ଗନ୍ତବ୍ୟସ୍ଥଳ ଅଭିମୁଖେ ଯାଉଥିଲା । ହେଲେ ଅଧାରାସ୍ତାରେ ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ଗଛରେ ପିଟି ହୋଇଥିଲା । ଯାହାଫଳରେ ଏହି ଦୁର୍ଘଟଣାରେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ହୋଇଛି ।

ସେପଟେ ଦୁର୍ଘଟଣା ପରେ ଘଟଣାସ୍ଥଳରେ ଭିଡ ଲାଗିରହିଛି । ଏହାସହିତ ସ୍ଥାନୀୟ ପୋଲିସକୁ ଦୁର୍ଘଟଣା ନେଇ ସୂଚନା ଦିଆଯାଇଛି । ବର୍ତ୍ତମାନ ଯାଏଁ ମୃତକଙ୍କ ପରିଚୟ ଜଣାପଡିନାହିଁ ।

wp:embed {"url":"https://www.prameyanews7.com/rain-alert-for-feb-27/","type":"wp-embed","providerNameSlug":"prameya-news-7"}
https://www.prameyanews7.com/rain-alert-for-feb-27/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.