କୌଣସି କାମରେ ଯାଉଥିଲେ, ରାସ୍ତାରେ ଥିବା ଖାଲରେ ପଡି ଚାଲିଗଲା ଜୀବନ

Published By : Prameya-News7 Bureau | February 21, 2024 IST

ବାଂଶପାଳ ୨୧।୦୨ : ଖାଲରେ ପଡି ଯୁବକ ମୃତ । କେନ୍ଦୁଝର ଜିଲ୍ଲା ବାଂଶପାଳ ନୟାକୋଟ ଥାନା ଅଁରା ଗାଁ ନିକଟସ୍ଥ ଏକ ଖାଲରେ ପଡି ଯୁବକଙ୍କ ମୃତ୍ୟୁ ହୋଇଛି । ମୃତକ ଆମୁଣି ଭରାଳିସାହିର ଲକ୍ଷ୍ମଣ ମୁଣ୍ଡା ବୋଲି ଜଣାପଡିଛି ।

ଖବର ଅନୁଯାୟୀ, ମଙ୍ଗଳବାର ସଂଧ୍ୟାରେ କୌଣସି ଲକ୍ଷ୍ମଣ ଅଁରା ଯାଉଥିଲେ । ନୟାକୋଟ ଥାନା ଅଁରା ଗାଁ ନିକଟରେ ଥିବା ଏକ ଖାଲରେ ଲକ୍ଷ୍ମଣ ମୁଣ୍ଡା ହଠାତ୍‌ ପଡିଯାଇଥିଲେ । ଖାଲରେ ପଡିବା ଦ୍ୱାରା ତାଙ୍କର ମୃତ୍ୟୁ ହୋଇଯାଇଛି । ସେପଟେ ଘଟଣା ସଂପର୍କରେ ତୁରନ୍ତ ପୋଲିସକୁ ଖବର ଦିଆଯାଇଥିଲା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିଛି । ଏହାସହ ଘଟଣାର ତଦନ୍ତ ଜାରି ରଖିଛି ।

wp:embed {"url":"https://www.prameyanews7.com/gopalpur-mla-pradeep-panigrahi-joins-bjp-in-the-presence-of-partys-state-president/","type":"wp-embed","providerNameSlug":"prameya-news-7"}
https://www.prameyanews7.com/gopalpur-mla-pradeep-panigrahi-joins-bjp-in-the-presence-of-partys-state-president/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.