scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଅଜଣା ବ୍ୟକ୍ତିଙ୍କୁ ଧକ୍କା ଦେଲା ହାଇଓ୍ବା : ଚକ ତଳେ ଚାପି ହୋଇ ଚାଲିଗଲା ଜୀବନ

30/11/2023 at 3:52 PM

ବୌଦ୍ଧ ୩୦।୧୧: ବୌଦ୍ଧ ଜିଲ୍ଲା ପୁରୁଣା କଟକ ପେଟ୍ରୋଲ ପମ୍ପ ସାମ୍ନାରେ ଦୁର୍ଘଟଣା । ହାଇୱା ଧକ୍କାରେ ଅଜଣା ବ୍ୟକ୍ତିଙ୍କ ମୃତ୍ୟୁ । ଚାଲି ଯାଉଥିବା ଲୋକକୁ ହାଇୱା ଚାପିଦେଲା । ଚକା ତଳେ ଚାପି ହୋଇ ମୃତ୍ୟୁ ଘଟିଛି । ହାଇୱାକୁ ଜବତ କରି ପୋଲିସର ତଦନ୍ତ ଜାରି ରହିଛି । ମୃତକଙ୍କ ପରିଚୟ ମିଳିପାରିନାହିଁ ।

ସୂଚନାଯୋଗ୍ୟ ଯେ, ଗୁରୁବାର ସକାଳ ସମୟରେ ପେଟ୍ରୋଲ ପମ୍ପ ସାମ୍ନାରେ ଜଣେ ଅଜଣା ବ୍ୟକ୍ତି ରାସ୍ତାରେ ଚାଲି ଚାଲି ଯାଉଥିଲେ । ସେହି ସମୟରେ ପେଟ୍ରୋଲ ପମ୍ପକୁ ତେଲ ପକାଇବାକୁ ଗୋଟିଏ ହାଇୱା ଯାଉଥିବା ବେଳେ ସେହି ବ୍ୟକ୍ତିଙ୍କୁ ଧକ୍କା ଦେଇ ଚକା ତଳେ ଚାପି ଦେଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ଅଜଣା ବ୍ୟକ୍ତିଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ପୁରୁଣା କଟକ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବଟିକୁ ଜବତ କରିଛି । ଏଥି ସହିତ ଧକ୍କା ଦେଇଥିବା ହାଇଓ୍ବାକୁ ମଧ୍ୟ ଜବତ କରିବା ସହିତ ଅଧିକ ତଦନ୍ତ ଜାରି ରଖିଛି । ଅନ୍ୟପଟେ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହୋଇଥିବା  ବ୍ୟକ୍ତିଙ୍କ ପରିଚୟ ଏଯାଏଁ ମିଳିପାରିନାହିଁ ।

You Can Read:

   Related Posts