କରୋନା ଭୂତାଣୁ: ଇରାନରେ ପ୍ରତି ୧୦ ମିନିଟରେ ମରୁଛନ୍ତି ଜଣେ ବ୍ୟକ୍ତି

Published By : Prameya-News7 Bureau | March 21, 2020 IST

ଲସ ଏଞ୍ଜଲେସ ୨୧।୦୩: ମହାମାରୀର ରୂପ ନେଇ ସାରିଥିବା କରୋନା ଭୂତାଣୁ ସମଗ୍ର ବିଶ୍ଵରେ ଆତଙ୍କ ଖେଳାଇ ଦେଇଛି। ସବୁଠୁ ଅଧିକ ପ୍ରଭାବ ଚୀନ, ଇଟାଲୀ, ଇରାନ ଓ ସ୍ପେନରେ ଅଧିକ ଦେଖିବାକୁ ମିଳିଛି। ହେଲେ ଗତ କିଛି ଦିନ ହେବ ଇରାନରେ ସ୍ଥିତି ଦୟନୀୟ ହୋଇ ପଡିଛି। ଇରାନରେ ଗତ ୨୪ ଘଂଟାରେ କରୋନା ଭୂତାଣୁରେ ୧୪୯ ଜଣଙ୍କ ମୃତ୍ୟୁ ଘଟିଛି । ଇରାନ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ମୁଖପାତ୍ରଙ୍କ ଅନୁସାରେ ଦେଶରେ ପ୍ରତି ୧୦ ମିନିଟରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟୁଥିବା ବେଳେ ପ୍ରତି ଘଂଟାରେ ୫୦ ଜଣ ସଂକ୍ରମିତ ହେଉଛନ୍ତି ।

ରାଷ୍ଟ୍ରପତି ହସନ ରୁହାନୀଙ୍କ ଜଣେ ପ୍ରତିନିଧି ଅଲି ରବି କହିଛନ୍ତି, ନିସନ୍ଦେହଃ ମୃତକଙ୍କ ସଂଖ୍ୟା ବଢିବାରେ ଲାଗିଛି ମାତ୍ର ଏମିତି ବହୁତ ଲୋକ ଅଛନ୍ତି ଯେଉଁମାନେ ମାନିବାକୁ ପ୍ରସ୍ତୁତ ନୁହନ୍ତି ଯେ ଏହି ମୃତ୍ୟୁ କରୋନା ଭୂତାଣୁ ଯୋଗୁଁ ହେଉଛି । ଏଥିପାଇଁ ଲୋକେ କରୋନା ଭୂତାଣୁ ମାମଲାରେ ସରକାରୀ ଆଦେଶର ପାଳନ କରୁ ନାହାନ୍ତି । ଫଳରେ ଲୋକଙ୍କ ମୃତ୍ୟୁ ଘଟୁଛି।

ଶୁକ୍ରବାର ସକାଳେ ଇରାନ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ସମଗ୍ର ଦେଶରେ କରୋନାରେ ୧୧,୫୦୦ ସଂକ୍ରମିତ ହୋଇଛନ୍ତି । ଏଥିରୁ କିଛି ଲୋକଙ୍କ ସ୍ଥିତି ସ୍ୱାଭାବିକ ରହିଛି ତ କିଛି ଲୋକଙ୍କର ସ୍ୱାସ୍ଥ୍ୟ ସଂକ୍ରମଣ ପରେ ସୁଧାର ହେଉଛି । ମୁଖପାତ୍ରଙ୍କ ମୁତାବକ ପଶ୍ଚିମି ତେହରାନରେ ନଦୀ କୂଳରେ ଲୋକେ ମାସ୍କ ପିନ୍ଧି ବୁଲୁଥିବା ଦେଖିବାକୁ ମିଳୁଛି । ମାତ୍ର ସେମାନେ କରୋନାର ଗମ୍ଭୀର ସ୍ଥିତି ପରେ ମଧ୍ୟ ସତର୍କ ନୁହନ୍ତି । ଯାହା ଫଳରେ ଦେଶରେ ମୃତକଙ୍କ ସଂଖ୍ୟା ବଢିବାରେ ଲାଗିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.