ବାଇକ୍‌ରୁ ଟେକିନେଇ ଦଳିଦେଲା ଦନ୍ତା, ଜଙ୍ଗଲରେ ଚାଲିଗଲା ଜୀବନ

Published By : Prameya-News7 Bureau | November 20, 2023 IST

ତେଲକୋଇ ୨୦।୧୧ :  କେନ୍ଦୁଝର ଜିଲ୍ଲା ତେଲକୋଇ ରେଞ୍ଜରେ ଥମୁନି ହାତୀ । କେତେବେଳେ ଫସଲ ନଷ୍ଟ କରୁଛନ୍ତ ତ ଆଉ କେତେବେଳେ ମଣିଷକୁ ଆକ୍ରମଣରେ ଯାଉଛି ଜୀବନ । ମଣିଷ ମଧ୍ୟ ନିଜ ଫସଲକୁ ସୁରକ୍ଷା ଦେବା ପାଇଁ ବିଦ୍ୟୁତ ଫାଶ ଲଗାଉଛି । ଯେଉଁଥିରେ ହାତୀଙ୍କ ଯାଉଛି ଜୀବନ ।

ଖବର ଅନୁଯାୟୀ, ପୁରୁଷୋତ୍ତମପୁର-ମକାପୋଡା ରାସ୍ତାର ଚାରିକଣିଆ ଜଙ୍ଗଲ ଦେଇ ବାଇକ୍‌ରେ ଦୁଇ ଜଣ ଯାଉଥିଲେ । ବାଇକ୍‌ ପଛରେ ବସିଥିବା ଜଣଙ୍କୁ ଟାଣି ନେଇଥିଲା ଦନ୍ତା । ତେବେ ଦନ୍ତାଟି ବାଇକ୍‌ରୁ ଟେକି ନେଇ ଶୁଣ୍ଢରେ କଚାଡି ଦେଇଥିଲା । ଯାହାଫଳରେ ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଛି । ମୃତକ ହେଲେ ପୁରୁଷୋତ୍ତମପୁର ଗାଁର ମଦନ ନାୟକ ବୋଲି ଜଣାପଡିଛି ।

ସେପଟେ ବାଇକ୍‌ରେ ଥିବା ଅନ୍ୟ ଯୁବକ ନିଜ ଜୀବନ ବଞ୍ଚାଇବାକୁ ଯାଇ ଘଟଣାସ୍ଥଳରୁ ଫେରାର ମାରିଥିଲେ । ମୃତକ ଆକୁଳ ପଞ୍ଚାୟତ ମଲଣ୍ଡା ଗାଁରେ ରହୁଥିଲେ । ତାଙ୍କ ସ୍ତ୍ରୀ ଶ୍ରୀମତୀ ନାୟକ ପୁରୁଷୋତ୍ତମପୁର ଗାଁରେ ଅଙ୍ଗନବାଡି କର୍ମୀ ଭାବେ କାମ କରୁଛନ୍ତି । ତେବେ ୧୦ ଦିନ ମଧ୍ୟରେ ୨ ହାତୀଙ୍କ ବିଦ୍ୟୁତ ଆଘାତରେ ମୃତ୍ୟୁ ଘଟିସାରିଛି ।

wp:embed {"url":"https://www.prameyanews7.com/why-did-police-have-to-be-sent-to-kuldeep-yadav-house/","type":"wp-embed","providerNameSlug":"prameya-news-7"}
https://www.prameyanews7.com/why-did-police-have-to-be-sent-to-kuldeep-yadav-house/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.