ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, ପରିବାର ପକ୍ଷରୁ ହତ୍ୟା ଅଭିଯୋଗ

Published By : Prameya-News7 Bureau | November 28, 2023 IST

ନିଶ୍ଚିନ୍ତକୋଇଲି ୨୮।୧୧ : ଦଳିତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ । ନିଶ୍ଚିନ୍ତକୋଇଲି ବ୍ଲକ ବାବୁଜଙ୍ଘ ଭୂୟାଁ ସାହି ନିକଟରେ ଜଣେ ଦଳିତ ଯୁବକର ସନ୍ଦେହ ଜଣକ ଭାବେ ମୃତ୍ୟୁ ହୋଇଛି । ଯୁବକକୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି ।

wp:embed {"url":"https://www.prameyanews7.com/tension-in-jatani-taraboi-village/","type":"wp-embed","providerNameSlug":"prameya-news-7"}
https://www.prameyanews7.com/tension-in-jatani-taraboi-village/
/wp:embed

ଖବର ଅନୁଯାୟୀ, କିଶନ ନଗର ଥାନା ବାବୁଜୁଙ୍ଗ ଗାଁର ଦଳିତ ଲଷ୍ମୀଧର ବେହେରାଙ୍କ ପୁତ୍ର ଵାପିନା ବେହେରା । ତାଙ୍କର ବୟସ ୨୮ ବର୍ଷ ହେବ, ସେ  ମଙ୍ଗୁଳି ସ୍ଥିତ ଏକ ପେଟ୍ରୋଲ ପମ୍ପରେ କାମ କରନ୍ତି । ସୋମବାର ରାତିରେ ଵାପିନା ନିଜ ଘରକୁ ଫେରିଥିଲେ । ହେଲେ ସେ ଆଉ ଘରେ ପହଞ୍ଚିନଥିଲେ । ଶେଷରେ ମଙ୍ଗଳବାର ଦିନ ସକାଳେ ଵାପିନାଙ୍କ ମୃତଦେହ ବାବୁଜୁଙ୍ଗ ଭୂୟାଁ ସାହି କୁକୁଡ଼ା ଫାର୍ମ ନିକଟରେ ପଡିଥିବାର ଲୋକେ ଦେଖିଥିଲେ । ଏହାସହିତ ତାଙ୍କ ପାଟିରୁ ଓ ନାକରୁ ରକ୍ତ ବୋହୁଥିବାର ଦେଖିବାକୁ ମିଳିଥିଲା | ଵାପିନାକୁ କେହି ହତ୍ୟା କରି ଫିଙ୍ଗି ଦେଇଥିବାର ସନ୍ଦେହ କରାଯାଉଛି ।

wp:embed {"url":"https://www.prameyanews7.com/worlds-largest-iceberg-a23a-sets-sail-after-30-year-freeze/","type":"wp-embed","providerNameSlug":"prameya-news-7"}
https://www.prameyanews7.com/worlds-largest-iceberg-a23a-sets-sail-after-30-year-freeze/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.