ହାତୀ ଆକ୍ରମଣରେ ଜଣେ ମୃତ

Published By : Prameya-News7 Bureau | November 29, 2019 IST

ରାଉରକେଲା ୨୯।୧୧: ହାତୀ ଆକ୍ରମଣରେ ଜଣେ ମୃତ । ରାଉରକେଲା ହାତୀବାରୀ ଥାନା ଗୋଟିଟାଙ୍ଗର ଗାଁରେ ଘଟିଛି ଘଟଣା । ମୃତକ ଜଣଙ୍କ ଏମଡି ମାସୁଦ ଆଲାମ ଅଟୋରେ ଝାଡ଼ଖଣ୍ଡ ଓଡ଼ଗାଁରୁ ରାଉରକେଲା ବିଶ୍ରା ଫେରୁଥିବା  ହାତୀ ଆକ୍ରମଣରେ ମୃତ । ଘଟଣାସ୍ଥଳରେ ବନ ବିଭାଗ ପହଞ୍ଚି ତଦନ୍ତ ଆରମ୍ଭ ।

{"id":191371,"sizeSlug":"large"}

ସୂଚନାଯୋଗ୍ୟ ଯେ,  ଗତକାଲି ରାତି ୯ଟା ସମୟରେ  ଅଟୋରେ ସୀମାନ୍ତ ଝାଡ଼ଖଣ୍ଡ ଓଡ଼ଗାଁରୁ ରାଉରକେଲା ବିଶ୍ରା ଫେରୁଥିଲେ ୬ ଜଣ । ରାଉରକେଲା ହାତୀବାରୀ ଥାନା ଗୋଟିଟାଙ୍ଗର ନିକଟରେ  ହାତୀ ରାସ୍ତା  ଅତିକ୍ରମ କରୁଥିଲେ ।  ଅଟୋରିକ୍ସା ରେ ବସିଥିବା  ବ୍ୟବବସାୟୀ ଏମଡି  ମାସୁଦ ଆଲାମ  ଅଟୋ ରିକ୍ସାରୁ ଓହ୍ଲାଇଥିଲେ, ଯାହାଫଳରେ ତାଙ୍କୁ ହାତୀ  ବିଲରେ କଚାଡି ଦେଇଥିଲା । ଘଟଣାସ୍ଥଳରେ ମାସୁଦଙ୍କ ମୃତ୍ୟୁ ହୋଇଯାଇଛି । ମୃତ ଏମଡ଼ି ମାସୁଦ ଆଲାମଙ୍କ ଘର ବିଶ୍ରା ଅଂଚଳରର ବୋଲି ଜଣାପଡିଛି ।ଖବର ପାଇ ଘଟଣାସ୍ଥଳରେ  ପୋଲିସ ପହଞ୍ଚି ମୃତଦେହକୁ  ଜବତ କରି ବ୍ୟବଛେଦ ପାଇଁ  ପଠାଇଛି । ବନବିଭାଗ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.