ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବ୍ୟବସାୟୀଙ୍କୁ ହତ୍ୟା ଅଭିଯୋଗ, ପୋଲିସର ତଦନ୍ତ ଜାରି

Published By : Prameya-News7 Bureau | November 24, 2019 IST

ଜୟପୁର ୨୪।୧୧:  ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବ୍ୟବସାୟୀଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ । କୋରାପୁଟ ଜିଲ୍ଲା ଜୟପୁର ଦଣ୍ଡସେନା ଗୁଡା ଛକ ନିକଟରେ ଘଟଣା ଘଟିଛି । ମୃତକ ଜୟପୁର ଥାନା ଡାଙ୍ଗରା ଗାଁର ଗୁପ୍ତ ଗୁଣ୍ଠା ବୋଲି ଜଣାପଡିଛି ।  ବୋରିଗୁମ୍ମା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

{"id":189071,"sizeSlug":"large"}

ସୂଚନାଯୋଗ୍ୟ ଯେ, ଜୟପୁର ଦଣ୍ଡସେନା ଗୁଡା ଛକ ନିକଟରେ ତାଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିବା ବେଳେ ଚିକତ୍ସାଧୀନ ଅବସ୍ଥା ରେ ତାଙ୍କର ମୃତ୍ୟୁ ହୋଇଛି । ଗତକାଲି ସନ୍ଧ୍ୟାରେ ଜୟପୁରରୁ ନିଜ ଗାଁ ଡାଙ୍ଗରାକୁ ବାଇକ ଯୋଗେ ଫେରୁଥିବା ବେଳେ ସେନାଗୁଡା କେନାଲ ଛକ ନିକଟରେ  କିଛି ବ୍ୟକ୍ତି ତାଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି  । ଘଟଣାସ୍ଥଳରେ ଗୁପ୍ତ ଗଣ୍ଠ ନିଜ ବାଇକ ଛାଡ଼ି ଦୌଡି ଦୂର ସ୍ଥାନକୁ ଯାଇ ଚିତ୍କାର କରିଥିଲେ , ପରେ ତଳେ ଅଚେତ ହୋଇ ପଡିଯାଇଥିଲେ।  ଫଳରେ କିଛି ଲୋକେ ତାଙ୍କୁ ଉଦ୍ଧାର କରି କୁମୁଲିପୁଟ ମେଡିକାଲରେ ଭର୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ  ଘୋଷଣା କରିଛନ୍ତି ।

{"id":189072,"sizeSlug":"large"}

ଘଟଣାସ୍ଥଳରୁ ତାଙ୍କ ବାଇକ ସହ ସମସ୍ତ କାଗଜ ପତ୍ର ଓ  ଟଙ୍କା ନଥିବା ଦେଖି ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ଗୁପ୍ତ ଗୁଣ୍ଠାଙ୍କ ସାନଭାଇ ମୁରଲୀ ଗୁଣ୍ଠା ବୋରିଗୁମ୍ମା ଥାନାରେ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି। ତଦନ୍ତ ପରେ ହିଁ ଘଟଣାର ସତ୍ୟତା ଜଣାପଡିବ ବୋଲି ଥାନାଧିକାରୀ ସୂଚନା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.