ଅନୁଗୁଳ ୧୯।୧୧: ଅନୁଗୁଳ ଜିଲ୍ଲା ନାଲକୋ ବଳରାମପ୍ରସାଦ କେନ୍ଦୁଢିପ ନିକଟରୁ ଜଣେ ଅଜଣା ଯୁବକଙ୍କ ମୃତଦେହ ଠାବ ହୋଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
{"id":186418,"sizeSlug":"large"}ସୂଚନାଯୋଗ୍ୟ ଯେ, ନାଲେକା ଛକ ବଳରାମପ୍ରସାଦ କେନ୍ଦୁଢିପ ନିକଟରେ ଏକ ଅଜଣା ଯୁବକଙ୍କ ମୃତଦେହ ଠାବ କରାଯାଇଛି । ମୃତଦେହ ନିକଟରେ ବାଇକ ପଡିଥିବାର ଦେଖିବାକୁ ମଧ୍ୟ ମିଳିଛି । ଯୁବକଙ୍କୁ ହତ୍ୟା କରାଯାଇଛି , ନା ସେ ଆତ୍ମହତ୍ୟା କରିଛନ୍ତି ତାହା ସ୍ପଷ୍ଟ ହୋଇନାହିଁ । ଘଟଣାସ୍ଥଳରେ ନାଲକୋ ଥାନା ପୋଲିସ ପହଞ୍ଚ ତଦନ୍ତ ଜାରି ରଖିଛି ।