ଚୋରା ଦେଶୀ ମଦ ସହ ଗାଡି ଜବତ, ଜଣେ ଗିରଫ

Published By : Prameya-News7 Bureau | February 24, 2024 IST

ଆଠଗଡ଼ ୨୪।୦୨ : ଚୋରା ଦେଶୀ ମଦ ସହ ଗାଡି ଜବତ । ଏହାସହ ଜଣଙ୍କୁ ଗିରଫ କରିଛି ଅବକାରୀ ବିଭାଗ । ପୁରୁଣା କଟକ ସମ୍ବଲପୁର ରାସ୍ତା କଲରାଗଡ଼ ଛକ ନିକଟରୁ ଜବତ କରିଛି ଅବକାରୀ ବିଭାଗ ।

{"id":913152,"sizeSlug":"full","linkDestination":"none"}

ଖବର ଅନୁଯାୟୀ, ଏକ ଚୋରା ଦେଶୀ ମଦ ବୋଝେଇ ଗାଡି ଯାଉଥିଲା ।ଏହି ସମୟରେ ଗୁଇନ୍ଦା ସୂଚନା ପାଇ ଚଢାଉ କରିଥିଲା ଅବକାରୀ ବିଭାଗ । ପୁରୁଣା କଟକ ସମ୍ବଲପୁର ରାସ୍ତାର କଲରାଗଡ ଛକ ନିକଟରୁ ଏକ ଚାରିଚକିଆ ଡାଲା ଗାଡିକୁ ଜବତ କରିଥିଲା ଅବକାରୀ ବିଭାଗ । ଏହି ଗାଡିରୁ ପ୍ରାୟ ୫୪ଟି ବ୍ୟାରେଲରେ ଦେଶୀ ମଦ ଜବତ କରିଛି । ଏହାସହ ଜଣଙ୍କୁ ଗିରଫ କରିଛି ଅବକାରୀ ବିଭାଗ ।ଗିରଫ ଜଣଙ୍କ ହେଲେ ତିଗିରିଆ ଥାନା କଲରାଗଡ଼ ଗାଁର ଏସ୍‌ପି ସନ୍ଦୀପ କୁମାର ବୋଲି ଜଣାପଡିଛି । ଗିରଫ ପରେ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି । ତେବେ ଜବତ ହୋଇଥିବା ଦେଶୀ ମଦର ଆନୁମାନିକ ମୂଲ୍ୟ ୪ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ସୂଚନା ଦେଇଛି ଅବକାରୀ ବିଭାଗ ।

wp:embed {"url":"https://www.prameyanews7.com/eci-takes-big-step-regarding-transfer-and-posting-of-officers-in-view-of-lok-sabha-elections/","type":"wp-embed","providerNameSlug":"prameya-news-7"}
https://www.prameyanews7.com/eci-takes-big-step-regarding-transfer-and-posting-of-officers-in-view-of-lok-sabha-elections/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.