ଆଠଗଡ଼, ୦୬/୦୮: ବଡ଼ମ୍ବା ବନାଞ୍ଚଳରୁ ହାତୀ କଙ୍କାଳ ମିଳିବା ଘଟଣାରେ ସଂପୃକ୍ତ ଥିବା ଆଉ ଜଣେ ଶିକାରୀକୁ ଗିରଫ କରିଛି ବନ ବିଭାଗ । ଗିରଫ ଅଭିଯୁକ୍ତ ଜଣକ ହେଲେ ବଡ଼ମ୍ବା ଥାନା ସାତଗୋଛିଆ ଗ୍ରାମର ଧନେଶ୍ବର ବେହେରା । ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଛି ବନ ବିଭାଗ। ବିଭାଗୀୟ ସୂଚନା ଅନୁଯାୟୀ ଅଭିଯୁକ୍ତ ଧନେଶ୍ବରର ବନାଞ୍ଚଳ ଅନ୍ତର୍ଗତ ଖଇରିପଙ୍ଗା ଗ୍ରାମ ସନ୍ନିକଟ ଜଙ୍ଗଲରୁ ଗତ ଜୁନମାସ ୧୪ ଏବଂ ୨୮ ତାରିଖରେ ମିଳିଥିବା ହାତୀ କଙ୍କାଳ ଓ ଏହି ଶିକାରରେ ସଂପୃକ୍ତି ଥିବା ଆଠଗଡ଼ ଡିଏଫଓ ସୁଦର୍ଶନ ଗୋପୀନାଥ ଯାଦବ ସୂଚନା ଦେଇଛନ୍ତି ।
ହିମାଚଳ ସିଏମ୍ ସୁଖୁଙ୍କୁ ମିଳିଲାନି ସିଙ୍ଗଡ଼ା, ସରକା...