ଗାଧୋଇବାବେଳେ ଖସିଗଲା ଗୋଡ଼, ପୋଖରୀରେ ବୁଡି ବୃଦ୍ଧଙ୍କ ମୃତ୍ୟୁ
1/06/2020 at 12:57 PM

ପାଟଣା ୦୧।୦୬ : ଜେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ତୁରୁମୁଙ୍ଗା ଥାନା ଅଙ୍ଗିକଳା ଗ୍ରାମରେ ଘଟିଛି ଅଘଟଣ । ପୋଖରୀରେ ଗାଧୋଉଥିବା ସମୟରେ ଅସାବଧନତା ଯୋଗୁଁ ଗୋଡ଼ ଖସି ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି । ମୃତକ ଅଙ୍ଗିକଳା ଗ୍ରାମର ଧୀର ନାୟକ(୫୭) ବୋଲି ଜଣାପଡିଛି ।
ସୂଚନାଯୋଗ୍ୟ ଯେ, ଆଜି ସେ ପୋଖରୀକୁ ଗାଧୋବାକୁ ଯାଇଥିବା ସମୟରେ ପାଣିରେ ବୁଡିଯାଇଥିଲା । ଶେଷରେ ପାଣିକେ ବୁଡି ପ୍ରାଣ ହରାଇଥିଲେ ଧୀର । ଖବର ପାଇ ପାଟଣା ଅଗ୍ନିଶମ ବାହିନୀ ଓ ତୁରୁମୁଙ୍ଗା ପୋଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଛେଦ ପାଇଁ ପାଟଣା ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଛନ୍ତି।
Related Posts
ପୂର୍ବ ଶତୃତାରୁ ମରଣାନ୍ତରକ ଆକ୍ରମଣ; ଅଭିଯୁକ୍ତ ଗିରଫ
4 February 2023
ବାଘ ମଣିଷ ମୁହାଁମୁହିଁ : ଗୁରୁତର ଯୁବକ ଡାକ୍ତରଖାନାରେ ଭର୍ତ୍ତି
4 February 2023