ପୋଖରୀକୁ ଗାଧୋଇବାକୁ ଯାଇଥିଲେ, ହେଲେ ଆଉ ଫେରିଲେନି...

Published By : Prameya-News7 Bureau | February 24, 2024 IST

ବ୍ରହ୍ମପୁର ୨୪।୦୨ : ଗଞ୍ଜାମ ଜିଲ୍ଲା ଆସିକା କୋଟିନଡ଼ା ଥାନା ବେଣିଆ ଗାଁରେ ଅଘଟଣ । ପୋଖରୀରେ ପଡି ୫୭ ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁ ହୋଇଛି । ମୃତ ବୃଦ୍ଧଙ୍କ ନାମ ହେଉଛି ପୀତାମ୍ବର ସାହୁ ।    

ଖବର ଅନୁଯାୟୀ, ଶନିବାର ସକାଳ ସମୟରେ ପୀତାମ୍ବର ସୁନାରି ବନ୍ଧ ପୋଖରୀକୁ ଗାଧୋଇବାକୁ ଯାଇଥିଲେ । ହେଲେ ଦୀର୍ଘ ସମୟ ଧରି ଘରକୁ ନଫେରିବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ । ଶେଷରେ ସୁନାରି ବନ୍ଧ ପୋଖରୀରେ ବୃଦ୍ଧ ଜଣଙ୍କ ପଡିଥିବାର ଦେଖିଥିଲେ ସ୍ଥାନୀୟ ଲୋକେ । ଏହାପରେ ଘଟଣା ବାବଦରେ ପୋଲିସ ଖବର ଦିଆଯାଇଥିଲା । କୋଟିନଡ଼ା ପୋଲିସ ଏବଂ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ସହ ବ୍ୟବଚ୍ଛେଦ ନିମନ୍ତେ ଆସିକା ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଛି ।

ସେପଟେ ଘଟଣାକୁ କୋଟିନଡ଼ା ଥାନା ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି । ସେହିପରି ପୋଲିସ ଶବ ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା କରିଛି ।

wp:embed {"url":"https://www.prameyanews7.com/major-resuffle-in-oas-lavel/","type":"wp-embed","providerNameSlug":"prameya-news-7"}
https://www.prameyanews7.com/major-resuffle-in-oas-lavel/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.