ଯାଜପୁରରେ ଆଉ ଜଣେ କରୋନା ସଂକ୍ରମିତ ଚିହ୍ନଟ: ରାଜ୍ୟରେ ମୋଟ୍ ସଂକ୍ରମିତ ୧୫୭
2/05/2020 at 5:33 PM

ଯାଜପୁର୨/୫: ଯାଜପୁରରେ ଆଉ ଜଣେ କୋଭିଡ୍-୧୯ ପଜିଟିଭ୍ ଚିହ୍ନଟ। ଏହି ସଂକ୍ରମିତଙ୍କ ଘର ଯାଜପୁର ଜିଲ୍ଲାର ବରି ବ୍ଲକ ଅଞ୍ଚଳର। ତାଙ୍କର ବୟସ ୬୨ ବର୍ଷ (ପୁରୁଷ)। ସେ କୋଲକାତାରୁ ଫେରିଥିବା ସୂଚନା ମିଳିଛି। ବର୍ତ୍ତମାନ ତାଙ୍କର କଣ୍ଟାକ୍ଟ ଟ୍ରେସିଂ ଜାରି ରହିଛି। ଏହି ବ୍ୟକ୍ତିଙ୍କ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୫୭ ରେ ପହଁଞ୍ଚିଛି। ଏହି ସଂକ୍ରମଣଙ୍କ ମଧ୍ୟରୁ ଯାଜପୁର ଜିଲ୍ଲାରେ ୪୮ ଜଣ ସଂକ୍ରମିତ ରହିଛନ୍ତି। ସୂଚନା ଥାଉକି, କରୋନା ସଂକ୍ରମିତ ତାଲିକାରେ ଖୋର୍ଦ୍ଧା ଜିଲ୍ଲାକୁ ଟିପିଛି ଯାଜପୁର ଜିଲ୍ଲା।
ସେହିପରି ରାଜ୍ୟରେ କରୋନା ସଂକ୍ରମିତଙ୍କ ମଧ୍ୟରୁ ୫୬ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧୦୦ ଜଣ କୋଭିଡ ହସ୍ପିଟାଲରେ ଚିତ୍ସାଧିୀନ ଅଛନ୍ତି। ଏହା ଜଣେ ୭୦ ବର୍ଷୀୟ ବୃଦ୍ଧ କରୋନା ଜନିତ ସଂକ୍ରମଣରେ ତାଙ୍କର ମୃତ୍ୟୁ ହୋଇଛି।
Related Posts
ନବ ଦାସ ହତ୍ୟା ମାମଲା, ବଡ଼ମାଳ ଥାନାରେ ପୁଣି କ୍ରାଇମବ୍ରାଞ୍ଚ ଟିମ୍
2 February 2023
ପାପକ୍ଷୟ ଲୋକ ମହୋତ୍ସବ ଆରମ୍ଭ, ଅରୁଣ ମେହେରଙ୍କୁ ମିଳିଲା ପାପକ୍ଷୟ ସମ୍ମାନ
2 February 2023