ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ, ୧୧୯ରେ ପହଞ୍ଚିଲା ମୋଟ୍ ସଂକ୍ରମିତଙ୍କ ସଂଖ୍ୟା

Published By : Prameya-News7 Bureau | April 29, 2020 IST

ଭୁବନେଶ୍ବର ୨୯।୦୪: ରାଜ୍ୟରେ ଥମିବାର ନାଁ ନେଉନି କରୋନା । ଆଜି ପୁଣି ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୧୯ରେ ପହଞ୍ଚିଛି । ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଓ୍ବେବସାଇଟ୍ ରେ ସୂଚନା ପ୍ରଦାନ କରାଯାଇଛି । ତେବେ ଚିହ୍ନଟ ହୋଇଥିବା ସଂକ୍ରମିତ କେଉଁ ଜିଲ୍ଲାର ତାହା ଜଣାପଡିନାହିଁ । ସଂପୃକ୍ତ ସଂକ୍ରମିତଙ୍କ କଣ୍ଟାକ୍ଟ ଟ୍ରେସିଂ ଜାରି ରହିଛି ।

{"id":261799,"sizeSlug":"large"}

ମଙ୍ଗଳବାର ଦିନ ରାଜ୍ୟରେ ୭ଜଣ କରୋନା ଚିହ୍ନଟ ହୋଇଥିଲେ । ଚିହ୍ନଟ ହୋଇଥିବା ସମସ୍ତ ସଂକ୍ରମିତ ମଧ୍ୟରୁ ତିନିଜଣ ଭଦ୍ରକ ଜିଲ୍ଲାର ଏବଂ ଅନ୍ୟ ଚାରି ଜଣ ରାଉରକେଲାର ନାଲା ରୋଡ୍ ଅଞ୍ଚଳର ବୋଲି ଜଣାପଡିଥିଲେ । ଭଦ୍ରକରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ବୟସ – ୪୫ , ୨୮ ଓ ୨୯ବର୍ଷ ଏବଂ ସମସ୍ତେ ପୁରୁଷ ରହିଛନ୍ତି । ସେହିପରି ରାଉରକଲା ନାଲାରୋଡ୍‌ରୁ ଚିହ୍ନଟ ହୋଇଥିବା ଚାରି ଜଣ ଆକ୍ରାନ୍ତଙ୍କ ବୟସ ଯଥାକ୍ରମେ-୫୫ ବର୍ଷୀୟ ମହିଳା, ୩୫ବର୍ଷୀୟା ମହିଳା, ୩୮ବର୍ଷୀୟ ପୁରୁଷ ଓ ୨୭ବର୍ଷୀୟ ପୁରୁଷ ରହିଛନ୍ତି । ଭଦ୍ରକରୁ ଚିହ୍ନଟ ହୋଇଥିବା ସଂକ୍ରମିତ ପଶ୍ଚିମବଙ୍ଗ ଲିଙ୍କ୍‌ ରହିଛି । ଆଜି ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ବର୍ତ୍ତମାନ ସୁଦ୍ଧା ଆଜି ଚିହ୍ନଟ ହୋଇଥିବା କରୋନା ପଜିଟିଭ୍‌ କେଉଁ ଜିଲ୍ଲାର ବୋଲି ସ୍ପଷ୍ଟ ସୂଚନା ମିଳିନାହିଁ । କିନ୍ତୁ ରାଜ୍ୟ ପାଇଁ ପଶ୍ଚିମବଙ୍ଗ ପେରନ୍ତା ଚିନ୍ତାର ବିଷୟ ପାଲଟିଛି । ସୂଚନା ମୁତାବିକ ବର୍ତ୍ତମାନ ରାଜ୍ୟରେ ବର୍ତ୍ତମାନ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୧୯ପହଞ୍ଚିଛି। ୮୦ ଜଣଙ୍କ ଚିକିତ୍ସା ଚାଲିଛି। ୩୮ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଡିସଚାର୍ଜ ହୋଇଥବା ବେଳେ ଜଣଙ୍କର ମୃତ୍ୟୁ ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.