Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସ୍ୱାଧିନତା ଦିବସ ଅବସରରେ ସମସ୍ତଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା, ପ୍ରତିଟି ଭାରତୀୟ ପାଇଁ ଗୌରବର ମୁହୂର୍ତ୍ତ
  • ||
  • ‘ଦୁନିଆରେ ହଜାରେ ବାଘ, କିନ୍ତୁ ଦ୍ରାବିଡ…’ : ଟିମ୍ ଇଣ୍ଡିଆର କୋଚ୍‌ଙ୍କୁ ନେଇ ଟେଲରଙ୍କ ବଡ ବୟାନ
  • ||

ବିଦ୍ୟୁତ ଆଘାତରେ ଚାଲିଗଲା ଜୀବନ, ରୋଜଗାରିଆ ପୁଅକୁ ହରାଇ ଦୁଃଖରେ ପରିବାର

25/08/2020 at 12:55 PM

ସୋନପୁର ୨୫।୦୮: ବିଦ୍ୟୁତ ଆଘାତରେ ଯୁବକଙ୍କ ମୃତ୍ୟୁ ହୋଇଯାଇଛି । ମୃତ ଯୁବକଙ୍କ ନାମ ଅଭିମନ୍ୟୁ ବାଘ ହୋଇଥିବା ବେଳେ ତାଙ୍କ ବୟସ ୧୮ବର୍ଷ ବୋଲି ଜଣାପଡିଛି । ସୋନପୁର ଜିଲ୍ଲା ଡୁଙ୍ଗୁରୀପାଲି ଥାନା ରାଏପାଲି ଗାଁରେ ଘଟିଛି ଅଘଟଣ ।

ସୂଚନାଯୋଗ୍ୟ ଯେ, ୧୮ବର୍ଷୀୟ ଅଭିମନ୍ୟୁଙ୍କ ଘରର କାବଟ ଉପରେ ଏକ ବିଦ୍ୟୁତ ଯାଇଥିଲା । ତେବେ ଅସାବଧନତାରୁ ସେ କବାଟକୁ ବନ୍ଦ କରିଦେଇଥିଲେ । ଯାହାଫଳରେ କି କବାଟରେ ତାରଟି ଲାଗି ଛିଣ୍ଡି ଯାଇଥିଲା । ଶେଷରେ ଅଭିମନ୍ୟୁ ବିଦ୍ୟୁତା ତାର ସଂସ୍ପର୍ଶରେ ଆସି ଗୁରୁତର ହୋଇଯାଇଥିଲେ । ସେଠାରୁ ତାଙ୍କୁ ଉଦ୍ଧାର କରି ଡୁଙ୍ଗୁରୀପାଲି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା ।

ପରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ସୋନାପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା ।  କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଦେଇଛନ୍ତି । ତେବେ ପରିବାରର ରୋଜଗାରିଆ ପୁଅ ହରାଇ ଦୁଃଖରେ ଭାଙ୍ଗିପଡିଛନ୍ତି ପରିବାର ଲୋକ । ଆର୍ଥିକ ସହାୟତା ପାଇଁ ପରିବାର ପକ୍ଷରୁ ଦାବି କରାଯାଇଛି  । ସେପଟେ ସୋନପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଜାରି ରଖିଛି ।

   Related Posts