ଭାରସାମ୍ୟ ହରାଇ ବାଇକ୍ ଦୁର୍ଘଟଣା : ଜଣେ ମୃତ, ୨ ଗୁରୁତର

Published By : Prameya-News7 Bureau | December 02, 2020 IST

ଜି.ଉଦୟଗିରି ୦୨।୧୨: କନ୍ଧମାଳ ଜିଲ୍ଲା ସାରଙ୍ଗଗଡ଼ ଥାନା ଗୁଟିଙ୍ଗିଆ ନିକଟ ଗୁଡରିପଡି ନିକଟରେ ସଡକ ଦୁର୍ଘଟଣା ଘଟିଛି । ଭାରସାମ୍ୟ ହରାଇ ବାଇକ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି । ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ ୨ଜଣ ଗୁରୁତର ହୋଇଛନ୍ତି । ମୃତକଙ୍କ ନାମ ବିବେକାନନ୍ଦ ନାୟକ ହୋଇଥିବା ବେଳେ ଗୁରୁତର ଥିବା ବ୍ୟକ୍ତିଙ୍କ ନାମ ସିମନ ନାୟକ ଓ ଅଭିଜିତ ନାୟକ ବୋଲି ଜଣାପଡିଛି ।

{"id":371104,"sizeSlug":"large"}

ଖବର ଅନୁଯାୟୀ, କୌଣସି କାମରେ ଯାଉଥିବା ବେଳେ ବାଇକ୍‌ଟି  ସାରଙ୍ଗଗଡ଼ ଥାନା ଗୁଟିଙ୍ଗିଆ ନିକଟ ଗୁଡରିପଡି ନିକଟରେ ଭାରସାମ୍ୟ ହରାଇଥିଲା । ଯାହାଫଳରେ କି ଗାଡିଟି ଦୁର୍ଘଟଣାର ଶୀକାର ହୋଇଥିଲା । ତେବେ ଏହି ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ ୨ଜଣ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲକୁ ପଠାଯାଥିଲା । କିନ୍ତୁ ସେଠାରେ ତାଙ୍କର ପ୍ରାଥମିକ ଚିକିତ୍ସା କରାଯାଇ ଫୁଲବାଣୀ ସ୍ଥାନାନ୍ତରିତ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.