ପୋଖରୀରେ ଭାସୁଛି ମୃତଦେହ, ପୋଲିସ ଖୋଜୁଛି କାରଣ

Published By : Prameya-News7 Bureau | January 04, 2023 IST

ଯାଜପୁର ୦୪।୦୧ : ପୋଖରୀରୁ ମହିଳାଙ୍କ ମୃତଦେହ ଠାବ । ଯାଜପୁର ଜିଲ୍ଲା ଟାଉନ୍‌ ଥାନା ଅକରପଡ଼ା ଗାଁରୁ ଠାବ ହୋଇଛି ମୃତଦେହ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଖବର ଅନୁଯାୟୀ, ଅକରପଡ଼ା ଗାଁର ଏକ ବିଲ ଭିତରେ ଥିବା ପୋଖରୀରେ ଜଣେ ମହିଳାଙ୍କ ମୃତଦେହ  ଭାସୁଥିଲା । ଗ୍ରାମବାସୀ ଏହା ଦେଖି ତୁରନ୍ତ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିଛି । ମୃତ ମହିଳାଙ୍କ ନାମ ଜୁଲିଆ ମଲ୍ଲିକ ବୋଲି ଜଣାପଡିଛି ।

ସେପଟେ ମହିଳାଙ୍କ ଶରୀରରେ ଦଉଡି ବନ୍ଧା ହୋଇଥିବାରୁ ସନ୍ଦେହ ସୃଷ୍ଟି ହୋଇଛି । ଏପିରିକି ଗତ ରାତିରେ ଶାଶୁ ବୋହୂଙ୍କ ମଧ୍ୟରେ ସାମାନ୍ୟ ବଚସା ହୋଇଥିଲା । ତେବେ କେଉଁ କାରଣରୁ ମୃତ୍ୟୁ ହୋଇଛି । ତାହା ଏବେ ଯାଏଁ ଅସ୍ପଷ୍ଟ ରହିଛି । ଟାଉନ୍‌ ଥାନା ଓ ଚିତାଳୋ ଫାଣ୍ଡି ପୋଲିସ ଅଧିକାରୀ ପହଞ୍ଚି ଛାନ୍‌ଭିନ୍‌ ଜାରି ରଖିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.