Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ପୋଲ ତଳୁ ମିଳିଲା ମୃତଦେହ, ପରିଚୟ ଖୋଜୁଛି ପୋଲିସ

3/06/2023 at 11:37 AM

କୁଚିଣ୍ଡା ୦୩।୦୬ : ପୋଲ ତଳୁ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ । ସମ୍ବଲପୁର ଜିଲ୍ଲା ଜମନକିରା ଥାନା ୫୩ ନମ୍ବର ଜାତୀୟ ରାଜପଥର ବଡ଼ରମା ବନଦୁର୍ଗା ମନ୍ଦିର ନିକଟରୁ ଏହି ମୃତଦେହ ଠାବ ହୋଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଖବର ଅନୁଯାୟୀ, ବଡ଼ରମା ବନଦୁର୍ଗା ମନ୍ଦିର ନିକଟରେ ଥିବା ଏକ ପୋଲତଳୁ  ଏକ ଯୁବକଙ୍କ ମୃତଦେହ ଦେଖିଥିଲେ ସ୍ଥାନୀୟଲୋକେ । ଏହାପରେ ତୁରନ୍ତ ସ୍ଥାନୀୟ ପୋଲିସକୁ ଖବର ଦେଇଥିଲେ । ପୋଲିସ ଖବର ପାଇ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିଛି । ମୃତକଙ୍କ ବୟସ ପ୍ରାୟ ୪୫ରୁ ୫୦ ବର୍ଷ ହେବ ବୋଲି ଅନୁମାନ କରାଯାଉଛି । ହେଲେ ଏବେ ଯାଏଁ ମୃତକଙ୍କ ସଂପର୍କରେ କୌଣସି ସବିଶେଷ ତଥ୍ୟ ମିଳିପାରିନାହିଁ ।

   Related Posts